କନକ ବ୍ୟୁରୋ : ବିଜେପି ପ୍ରାର୍ଥୀ ତାଲିକା ଘୋଷଣା କରିବା ପରେ ରାଜ୍ୟ ବିଜେପିରେ ବିଦ୍ରୋହ । ଟିକେଟ ପାଇନଥିବା ପ୍ରାର୍ଥୀ ହଟ୍ଟଗୋଳ ଆରମ୍ଭ କରିଦେଇଛନ୍ତି । ଚୌଦ୍ୱାର-କଟକ ଆସନରୁ ପୁଣି ଥରେ ନିର୍ବାଚନ ଲଢ଼ିବେ ବିଜେପି ପ୍ରାର୍ଥୀ ନୟନ କିଶୋର ମହାନ୍ତି । ତେବେ ନୟନଙ୍କୁ ପ୍ରାର୍ଥୀ ଘୋଷଣା କରିବା ପରେ ଆଶାୟୀ ପ୍ରାର୍ଥୀ ପ୍ରମୋଦ ସାହୁଙ୍କ ସମର୍ଥକ ମାନେ ବିଜେପି କାର୍ଯ୍ୟାଳୟ ସମ୍ମୁଖରେ ବିଦ୍ରୋହ ଆରମ୍ଭ କରିଦେଇଛନ୍ତି । ଟିକେଟ ବଂଟନକୁ କେନ୍ଦ୍ର କରି ଆଶାୟୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି ।
ନୟନ ମହାନ୍ତି ହଟାଅ ବିଜେପି ବଂଚାଅ ନାରା ଦେଇ ବିଜେପି କାର୍ଯ୍ୟାଳୟ ସାମ୍ନାରେ ପହଞ୍ଚିଛନ୍ତି ଅସନ୍ତୁଷ୍ଟ ପ୍ରାର୍ଥୀଙ୍କ ସମର୍ଥକ । ଚୌଦ୍ୱାର-କଟକ ନୂଆ ବିଜେପି ନେତୃତ୍ୱ ଦାବି ଚାହେଁ ବୋଲି ଦାବି କରିଛନ୍ତି ଆଶାୟୀଙ୍କ ସମର୍ଥକ । ସେପଟେ ଟିକେଟ ଘୋଷଣା ପରେବିଜେପି ନେତା ନୟନ ଦୃଢୋକ୍ତି ପ୍ରକାଶ କରିଥିଲେ, ଚଳିତ ନିର୍ବାଚନରେ ବିଜେଡିର ସବୁଜ ରଙ୍ଗ ଉପରେ ଭାରି ପଡିବ ବିଜେପିର ଗୈରିକ ରଙ୍ଗ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/03/be2718c0-7a85-4fb5-811f-e75f8050855f.jpg)