ବଦଳିବ କମିସନରେଟ ପୁଲିସ କାର୍ଯ୍ୟାଳୟର ନାମ : ସିପି ମୁଖ୍ୟାଳୟ ହେବ ପୁଲିସ ସେବାଭବନ,କମିସନରେଟ ପୁଲିସର ୧୨ତମ ପ୍ରତିଷ୍ଠା ଦିବସରେ କମିସନରଙ୍କ ସୂଚନା

284

କନକ ବ୍ୟୁରୋ : କମିସନରେଟ ପୁଲିସର ମୁଖ୍ୟ କାର୍ଯ୍ୟାଳୟର ନାମ ବଦଳିବ । କମିଶନରେଟ୍ ପୋଲିସ ମୁଖ୍ୟାଳୟ ଏବେ “ପୋଲିସ ସେବା ଭବନ” ନାମରେ ନାମିତ ହେବ । କମିସନରେଟ ପୁଲିସର ୧୨ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଏହି ସୂଚନା ଦେଇଛନ୍ତି ପୁଲିସ କମିସନର ସୁଧାଂଶୁ ଷଡଙ୍ଗୀ । ମହିଳା ଓ ବରିଷ୍ଠ ନାଗରିକଙ୍କ ସୁରକ୍ଷାକୁ ଗୁରୁତ୍ୱ ଦିଆଯିବ ବୋଲି କହିଛନ୍ତି ପୁଲିସ କମିସନର । ଶୀଘ୍ର ଟ୍ରାଫିକ ସମସ୍ୟା ଦୂର ହେବ ।

ସେହିପରି ପୁଲିସ ମହାନିର୍ଦ୍ଦେଶକ ଅଭୟ କହିଛନ୍ତି ଲୋକଙ୍କୁ ପୁଲିସ ସେବା ଯୋଗାଇ ଦେବା ପାଇଁ କଠିନ ପରିଶ୍ରମ କରୁଛି । ମହିଳାଙ୍କ ସୁରକ୍ଷା ଉପରେ ଗୁରୁତ୍ୱ ଦିଆଯାଇଛି, ଏଥିପାଇଁ ତିନିଶହ ମହିଳାଙ୍କୁ ନେଇ ଏସପିଓ ୟୁନିଟର ଶୁଭାରମ୍ଭ କରାଯାଇଛି । ରାଜ୍ୟ ସରକାର ମୋ ସରକାର ଯୋଜନା କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି, ସେଥିରେ ଆମକୁ ଭଲ ଫିଡବ୍ୟାକ ମିଳୁଛି । ପୋଲିସ କଠିନ ପରିଶ୍ରମ କରୁଛି, ଜନସାଧାରଣଙ୍କୁ ସେବା ଯୋଗାଉଛି। ଏହି ସଫଳତାକୁ ଆଗାମୀ ଦିନରେ ବଜାୟ ରଖିବାକୁ ପଡିବ ବୋଲି କହିଛନ୍ତି ପୁଲିସ ଡିଜି ଅଭୟ । ଓଏସଏପି ସପ୍ତମ ବାଟାଲିୟନ ଗ୍ରାଉଣ୍ଡରେ କମିସନରେଟ ପୁଲିସର ୧୨ତମ ପ୍ରତିଷ୍ଠା ଦିବସ ପାଳନ କରାଯାଇଥିଲା ।