ଏଣିକି ପାସପୋର୍ଟ ଯାଞ୍ଚ ପାଇଁ ଯିବାକୁ ପଡ଼ିବ ନାହିଁ ଥାନା, ଘରେ ପହଞ୍ଚି ଆପଣଙ୍କ ଦସ୍ତଖତ ଆଣିବ ପୁଲିସ : କମିସନରେଟ୍ ପୁଲିସର ନୂଆ ପଦକ୍ଷେପ

Advertisment
ପାସପୋର୍ଟ ପାଇବା ହେଲା ଆହୁରି ସହଜ : ପୁଲିସ ଯାଞ୍ଚ ପାଇଁ ଆବଦେନକାରୀଙ୍କୁ ଆଉ ଥାନାକୁ ଯିବାକୁ ପଡ଼ିବ ନାହିଁ

source: google.co.in

କନକ ବ୍ୟୁରୋ : କମିସନରେଟ୍‌ ପୁଲିସର ନୂଆ ପଦକ୍ଷେପ । ଏଣିକି ପାସପୋର୍ଟ ଯାଞ୍ଚ ପାଇଁ ଆଉ ଆବେଦନକାରୀଙ୍କୁ ଥାନାକୁ ଯିବାକୁ ପଡ଼ିବ ନାହିଁ । କିମ୍ବା ଥାନାରେ ଘଣ୍ଟାଘଣ୍ଟା ଧରି ବଡ଼ ବାବୁଙ୍କୁ ଅପେକ୍ଷା କରିବାକୁ ପଡ଼ିବ ନାହିଁ । ଓଲଟି ଥାନାବାବୁ ଆପଣଙ୍କ ନିକଟରେ ପହଞ୍ଚି ଆବେଦନ ଫର୍ମରେ ଦସ୍ତଖତ ମାରିବେ । ଭୁବନେଶ୍ୱର ଡିସିପିଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱରର ସମସ୍ତ ଥାନା ଅଧିକାରୀ ଓ ପାସପୋର୍ଟ ଯାଞ୍ଚ କରୁଥିବା କର୍ମଚାରୀଙ୍କ ମଧ୍ୟରେ ପାସପୋର୍ଟ ପାଇଁ ପୁଲିସ ରିପୋର୍ଟ କିପରି ଠିକ୍‌ ହୋଇପାରିବ ସେନେଇ ଏକ ସଚେତନତା କାର୍ଯ୍ୟକ୍ରମ ଡିସିପିଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା ।

publive-image

ଏଥିରେ ଭୁବନେଶ୍ୱର ଆଞ୍ଚଳିକ ପାସପୋର୍ଟ ଅଧିକାରୀ ଓ କମିସନରେଟ୍‌ ପୁଲିସର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ପୂର୍ବରୁ କୌଣସି ଭାରତୀୟ ନାଗରିକ ପାସପୋର୍ଟ ପାଇଁ ଆବେଦନ କରିବା ପରେ ସଂପୃକ୍ତ ଜିଲ୍ଲା ଗୁଇନ୍ଦା ବିଭାଗ ମାଧ୍ୟମ ହୋଇ ଆବେଦନଫର୍ମ ପାସପୋର୍ଟ ଆବେଦନ କରିଥିବା ବ୍ୟକ୍ତି ରହୁଥିବା ଅଞ୍ଚଳର ଥାନାକୁ ପଠାଇ ଦିଆଯାଉଥିଲା । ସେଠାରେ ଥାନା ଅଧିକାରୀମାନେ ସଂପୃକ୍ତ ବ୍ୟକ୍ତିଙ୍କୁ ଥାନାକୁ ଡାକି ଘର ଠିକଣା, ଦେଇଥିବା ଫଟୋର ଆଟେଷ୍ଟ ଓ ଆବେଦନକାରୀଙ୍କ ଦସ୍ତଖତ ନେବା ସହିତ ବ୍ୟକ୍ତିଙ୍କ ନାମରେ କିଛି ମାମଲା ଅଛି କି ନାହିଁ ତଦନ୍ତ କରି ଜିଲ୍ଲା ଗୁଇନ୍ଦା ବିଭାଗକୁ ପଠାଇଥାନ୍ତି ।

publive-image source : Indiatimes.com

ଏହାପରେ ବ୍ୟକ୍ତି ଜଣକ ପାସପୋର୍ଟ ପାଉଥିଲା । ପାସପୋର୍ଟ ଯାଞ୍ଚ କରୁଥିବା ଥାନା ଅଧିକାରୀ ଜଣକ ଆବେଦନକାରୀଙ୍କୁ ବିଭିନ୍ନ କାଗଜପତ୍ର ମାଗିବା ସହିତ ଥାନାକୁ ବାରମ୍ବାର ଡକାଇ ହଇରାଣ ହରକତ କରୁଥିଲେ ବୋଲି ଅଭିଯୋଗ ହେଉଥିଲା । ଏସବୁକୁ ଦୃଷ୍ଟିରେ ରଖି ଭାରତ ସରକାରଙ୍କ ବୈଦେଶିକ ମନ୍ତ୍ରଣାଳୟ ଗତ ଜୁନ ୧ରୁ ପୁଲିସ ପାସପୋର୍ଟ ଯାଞ୍ଚ ପାଇଁ ଏକ ନୂତନ ଫର୍ମ ଜାରି କରିଛନ୍ତି । ଯେଉଁଥିରେ ପାସପୋର୍ଟ ଆବେଦନକାରୀଙ୍କ ଠିକଣା, ଫଟୋ ଆଟେଷ୍ଟ ଓ ଦସ୍ତଖତ ଆଦି ଯାଞ୍ଚ କରିବା କାର୍ଯ୍ୟକୁ ସମ୍ପୂର୍ଣ୍ଣ ଭାବେ ଉଠାଇ ଦେଇଛନ୍ତି ।

publive-image

ପୁଲିସ କେବଳ ଆବେଦନକାରୀଙ୍କ ଅପରାଧିକ ରେକର୍ଡକୁ ତନଖି କରିବ । ଯେହେତୁ ଆବେଦନକାରୀଙ୍କ ଠିକଣା, ଫଟୋ, ଦସ୍ତଖତ ଆଦି ଯାଞ୍ଚ ହେଉ ନାହିଁ, ଏଥି ପାଇଁ ଆବେଦନକାରୀମାନେ ସଂପୃକ୍ତ ଥାନାକୁ ଯିବାକୁ ପଡ଼ିବ ନାହିଁ। ଯଦି କିଛି ଦରକାର ପଡ଼େ ତେବେ ଥାନା ଅଧିକାରୀ ଆବେଦନକାରୀଙ୍କ ପାଖକୁ ଯିବେ । ସେଥିପାଇଁ ପାସପୋର୍ଟ ଯାଞ୍ଚ କରୁଥିବା ସମସ୍ତ ପୁଲିସ କର୍ମଚାରୀଙ୍କୁ ଭାରତ ସରକାରଙ୍କ ବୈଦେଶିକ ମନ୍ତ୍ରଣାଳୟ ବିଭାଗ ତରଫରୁ ଅର୍ଥ ପ୍ରଦାନ କରାଯିବ । ଉପରୋକ୍ତ ବିଷୟକୁ ବିଚାର କରି ସମସ୍ତ ଥାନା ଅଧିକାରୀ ଓ ପୁଲିସ ଅଫିସରମାନଙ୍କୁ ନୂତନ ଭାବରେ ହୋଇଥିବା ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ଡିସିପି ଅନୁପ ସାହୁ ନିର୍ଦେଶ ଦେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe