କମିଶନରେଟ ପୋଲିସ ହାତରେ ଏଟିଏମ ଲୁଟେରା ମହମ୍ମଦ ଗଫୁର! ଗାଜିୟାବାଦରୁ ଗିରଫ କରିବା ସହ ଅଢେଇ ଲକ୍ଷ ଟଙ୍କା ଜବତ

23

କନକ ବ୍ୟୁରୋ : କମିଶନରେଟ ପୋଲିସ ହାତରେ ଏଟିଏମ ଲୁଟେରା । ପୋଲିସ ଏଟିଏମ ଲୁଟେରା ମହମ୍ମଦ ଗଫୁରଙ୍କୁ ଗାଜିୟାବାଦରୁ ଗିରଫ କରିବା ସହ ତା’ଠାରୁ ଅଢେଇ ଲକ୍ଷ ଟଙ୍କା ଜବତ କରିଛି । ଗିରଫ ମହମ୍ମଦ ଗଫୁର କଟକ ବକ୍ସିବଜାର, ମାତାମଠ, ଝୋଲାସାହି, ହରିପୁର, ମଣିସାହୁ ଛକ ଅଂଚଳରେ ଥିବା ବିଭିନ୍ନ ଏଟିଏମ କାଉଂଟରରୁ ଲୁଟ କରିଥିବା ଅଭିଯୋଗ ରହିଛି ।

ଏହାଛଡା ରାଜ୍ୟ ବାହାରେ ମଧ୍ୟ ବିଭିନ୍ନ ଏଟିଏମରୁ ଟଙ୍କା ଲୁଟ ଘଟଣାରେ ଗଫୁରର ସଂପୃକ୍ତି ଥିବା ପୋଲିସ ସêରାକ ପାଇଛି । ଗଫୁର ପୂର୍ବରୁ ଏକ ଘରୋଇ କ୍ୟାସ ମ୍ୟାନେଜମେଂଟ କଂପାନୀରେ କାମ କରୁଥିଲା । ସେହି ସମୟରେ ଏଟିଏମରେ ଟଙ୍କା ଭର୍ତ୍ତି କୌଶଳ ଜାଣିଥିବାରୁ ଏହାର ସୁଯୋଗ ନେଇ ଗଫୁର ଲୁଟ କରୁିଥିଲା ବୋଲି ପୋଲିସ କମିଶନର ସୂଚନା ଦେଇଛନ୍ତି ।