କନକ ବ୍ୟୁରୋ : କମିଶନରେଟ ପୋଲିସ ହାତରେ ଏଟିଏମ ଲୁଟେରା । ପୋଲିସ ଏଟିଏମ ଲୁଟେରା ମହମ୍ମଦ ଗଫୁରଙ୍କୁ ଗାଜିୟାବାଦରୁ ଗିରଫ କରିବା ସହ ତା’ଠାରୁ ଅଢେଇ ଲକ୍ଷ ଟଙ୍କା ଜବତ କରିଛି । ଗିରଫ ମହମ୍ମଦ ଗଫୁର କଟକ ବକ୍ସିବଜାର, ମାତାମଠ, ଝୋଲାସାହି, ହରିପୁର, ମଣିସାହୁ ଛକ ଅଂଚଳରେ ଥିବା ବିଭିନ୍ନ ଏଟିଏମ କାଉଂଟରରୁ ଲୁଟ କରିଥିବା ଅଭିଯୋଗ ରହିଛି ।
ଏହାଛଡା ରାଜ୍ୟ ବାହାରେ ମଧ୍ୟ ବିଭିନ୍ନ ଏଟିଏମରୁ ଟଙ୍କା ଲୁଟ ଘଟଣାରେ ଗଫୁରର ସଂପୃକ୍ତି ଥିବା ପୋଲିସ ସêରାକ ପାଇଛି । ଗଫୁର ପୂର୍ବରୁ ଏକ ଘରୋଇ କ୍ୟାସ ମ୍ୟାନେଜମେଂଟ କଂପାନୀରେ କାମ କରୁଥିଲା । ସେହି ସମୟରେ ଏଟିଏମରେ ଟଙ୍କା ଭର୍ତ୍ତି କୌଶଳ ଜାଣିଥିବାରୁ ଏହାର ସୁଯୋଗ ନେଇ ଗଫୁର ଲୁଟ କରୁିଥିଲା ବୋଲି ପୋଲିସ କମିଶନର ସୂଚନା ଦେଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/03/vlcsnap-2017-03-12-09h34m48s298.png)