ରଙ୍ଗର ପର୍ବ ହୋଲିକୁ ନେଇ ସଜାଗ କମିଶନରେଟ ପୁଲିସ ! କଟକ ଓ ଭୁବନେଶ୍ୱରରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ

30

କନକ ବ୍ୟୁରୋ : ରଙ୍ଗର ପର୍ବ ହୋଲିକୁ ନେଇ ସଜାଗ ହୋଇଛି କମିଶନରେଟ ପୁଲିସ । ଏନେଇ କଟକ ଭୁବନେଶ୍ୱରରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି । ସମସ୍ତ ଛକ ଗୁଡିକରେ ପାଟ୍ରୋଲିଂ କରାଯିବା ସହ ସାଦା ପୋଷାକରେ ବି ପୁଲିସ ମୁତୟନ କରାଯିିବ । ବିଶେଷ କରି ଥାନା ଅଧିନରେ ଥିବା ସମ୍ବେଦନଶୀଳ ସ୍ଥାନ ଗୁଡିକରେ ଥାନାର ଇନସ୍ପେକ୍ଟର ମାନେ ମୁତୟନ ରହିବେ । ସେହିପରି  ନିଜ ନିଜ ଜୋନ ଦାୟିତ୍ୱରେ ଏସିପି ରହିବେ ।

ଟ୍ୱିନସିଟିରେ ଥିବା ଗଣ୍ଡ, ସାଇଫନ ଓ କେନାଲ ଗୁଡିକରେ ନଜର ରଖିବା ପାଇଁ ଫାୟାର ଅଫିସରଙ୍କ ସହ ଆଲୋଚନା ମଧ୍ୟ କରିଛି ପୁଲିସ । ଅନ୍ୟପଟେ ଭୁବନେଶ୍ୱର ଓ ତାର ଚାରି ପାଖରେ ମୋଟ ୬ଟି ଅଗ୍ନିଶମ ବିଭାଗ ଅଫିସ ରହିଛି । ସମସ୍ତ ଜରୁରୀକାଳିନ ସେବା ଯୋଗାଇ ଦେବା ପାଇଁ ଫାୟାର ଅଫିସର ମାନଙ୍କୁ ଆଲର୍ଟ କରାଯାଇଛି । ସେହିପରି ପୁରୀ କେନାଲ, ଟଙ୍କପାଣୀ ବ୍ରିଜ ଓ ଦୟା ରିଭରରେ ୩ଟି ରେସକ୍ୟୁ ଟିମ ମୃତୟନ ରହିବେ ବୋଲି ଫାୟର ଅଫିସର କହିଛନ୍ତି ।