କଲେଜ ପରିଚାଳନା ପରିଷଦରେ ରହିବେନି ବିଧାୟକ : କେବଳ ରହିବେ ଶିକ୍ଷାବିତ୍, ଘରୋଇ କୋଚିଂ ସେଣ୍ଟର ଚଳାଉଥିବା ସରକାରୀ ଅଧ୍ୟାପକଙ୍କ ବିରୋଧରେ ନିଆଯିବଦୃଢ଼ କାର୍ଯ୍ୟାନୁଷ୍ଠାନ

755

କନକ ବ୍ୟୁରୋ : କଲେଜ ପରିଚାଳନା ପରିଷଦରେ ରହିବେନି ବିଧାୟକ ।  କେବଳ ଶିକ୍ଷାବିତମାନେ ହିଁ କଲେଜ ପରିଚାଳନା ପରିଷଦରେ ସଦସ୍ୟ ହୋଇ ରହିବେ । ଆଜି ଉଚ୍ଚଶିକ୍ଷାମନ୍ତ୍ରୀ ଅରୁଣ ସାହୁ ଓଡିଶା ଅଭିଭାବକ ମହାଂସଘ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ କହିଛନ୍ତି ।  କଲେଜ ପରିଚାଳନା କମିଟିକୁ ଅଧିକ ସଶକ୍ତ କରାଯିବ କ୍ଷେତ୍ରରେ ଏହି ପରିବର୍ତ୍ତନ ଅଣାଯାଉଛି । ଶିକ୍ଷା କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତିବିଶେଷ, ଯେଉଁମାନେ ପରିଚାଳନାଗତ ଦକ୍ଷତା ଥିବ ସେମାନଙ୍କୁ ଏହି ଗୁରୁ ଦାୟିତ୍ୱ ଦିଆଯିବ । ଏହା ଉପରେ ଉଚ୍ଚଶିକ୍ଷା ବିଭାଗ ଶ୍ରୀଘ ବିଜ୍ଞପ୍ତି ପ୍ରକାଶ କରିବ ।  ଯଦ୍ୱାରା କଲେଜ ପରିଚାଳନା କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆସିବ । ଫଳରେ କଲେଜ ପରିଚାଳନା କ୍ଷେତ୍ରରେ ବ୍ୟାପକ ପରିବର୍ତନ ଆସିପାରିବ ଓ ସୁଦୃଢ ହେବ ବୋଲି ଅରୁଣ ସାହୁ କହିଛନ୍ତି ।

ସେହିଭଳି ଅଧ୍ୟାପକଙ୍କୁ ଘରୋଇଭାବେ ପାଠପଢ଼ାକୁ ମନା କରିଛନ୍ତି ଅରୁଣ ସାହୁ । ସରକାରୀ ଅନୁଦାନପ୍ରାପ୍ତ କଲେଜ ଅଧ୍ୟାପକଙ୍କୁ ବି ଚେତାବନୀ ଦେଇଛନ୍ତି । ଘରୋଇ ଭାବେ କୋଚିଂ ଦେଉଥିଲେ ଏଣିକି ଆଉ ନିସ୍ତାର ନାହିଁ । ରାଜ୍ୟ ସରକାର ସେଥିପାଇଁ ପଦକ୍ଷେପ ନେବେ । ଯେଉଁ ଅଧ୍ୟାପକମାନେ ଘରୋଇ କୋଚିଂ କରୁଛନ୍ତି, ଏ ସମ୍ପର୍କରେ ସରକାରଙ୍କୁ ଅବଗତ କରାଇଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଉଚ୍ଚ ଶିକ୍ଷା କୋଡ ଅନୁସାରେ ଦୃଢ ପଦ ନିଆଯିବ ବୋଲି ଉଚ୍ଚ ଶିକ୍ଷା ମନ୍ତ୍ରୀ କହିଛନ୍ତି ।