ମୋବାଇଲ ବ୍ୟାଟେରୀ ଶେଷ ହେବାପରେ ମଧ୍ୟ ଫୋନରେ କଥା ହୋଇପାରିବେ ଜିଓ ଗ୍ରାହକ, ଜାଣନ୍ତୁ ପୁରା ଉପାୟ

45

ଜିଓ ଲଂଚ ହେବାପରେ ଲୋକଙ୍କୁ ଆକର୍ଷିତ କିରବା ପାଇଁ ବିଭିନ୍ନ ପ୍ରକାର ଅଫର ଉପସ୍ଥାପନ କରୁଛି କମ୍ପାନୀ । କେତେବେଳେ ଅତିରିକ୍ତ ଡାଟା ଦେଉଛି ତ ଆଉ କେତେବେଳେ କଲିଂ ଓ ମେସେଜ ସୁବିଧା । ତେବେ ଏସବୁ ବ୍ୟତୀତ ଜିଓ ଗ୍ରାହକଙ୍କୁ ଏପରି ଏକ ସୁବିଧା ମିଳୁଛି, ଯାହା ବିଷୟରେ ପ୍ରାୟ ଅଜଣା ଥିବେ । ଜିଓ ଗ୍ରାହକଙ୍କୁ ମିଳୁଛି ଏକ ସ୍ୱତନ୍ତ୍ର ସୁବିଧା । ତେବେ ପ୍ରାୟ ଜିଓ ଗ୍ରାହକ ଏ ବିଷୟରେ ବିଲକୁଲ ଅଜ୍ଞ । ଯଦି ଜିଓ ଗ୍ରାହକଙ୍କ ଫୋନ ବ୍ୟାଟେରୀ ଶେଷ ହୋଇଯାଉଛି, ତେବେ ବ୍ୟସ୍ତ ହେବାର କୌଣସି କାରଣ ନାହିଁ । କାରଣ ବ୍ୟାଟେରୀ ଶେଷ ହୋଇଗଲେ ମଧ୍ୟ କଲ କିମ୍ବା କୌଣସି ଜରୁରୀ କାମ କରିବା ପାଇଁ ଆପଣଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ନିାହଁ ।

ସୂଚନା ଅନୁସାରେ ଜିଓ ନିଜ ଗ୍ରାହକଙ୍କୁ ଏପରି ୨ଟି କୋଡ଼୍ ଦେଇଛି, ଯାହା ଅସୁବିଧା ସମୟରେ କାମରେ ଆସିବ । ଏହି କୋଡ଼ଦ୍ୱାରା ଆପଣ ନିଜ ମୋବାଇଲରେ ସବୁ କଲକୁ ଅନ୍ୟ କୌଣସି ବି ନମ୍ବରକୁ ଫରୱାର୍ଡ଼ କରିପାରିବେ । ଧରାଯାଉ ଆପଣଙ୍କ ଫୋନର ବ୍ୟାଟେରୀ ଶେଷ ହେବା ଉପରେ ଅଛି, ତେବେ *୪୦୧* ସହ ଉକ୍ତ ନମ୍ବର ଲେଖନ୍ତୁ ଯେଉଁ ନମ୍ବରକୁ ଆପଣ କଲ ଫରୱାର୍ଡ଼ କରିବା ପାଇଁ ଚାହୁଁଛନ୍ତି ।

ଉଦାହରଣ ସ୍ୱରୂପ ଆପଣଙ୍କୁ ୯୮୭୬୫୪୩୨୧୦ରେ କଲ କରିବାର ଅଛି, ତେବେ ଆପଣଙ୍କୁ *୪୦୧*୯୮୭୬୫୪୩୨୧୦ ଡାଏଲ କରି ଦିଅନ୍ତୁ । ଏହି କାମ ପାଇଁ ଆପଣଙ୍କୁ ଲାଗିବ ମାତ୍ର ୨ ସେକେଣ୍ଡ । ଯେତେବେଳେ ଆପଣଙ୍କ ଫୋନ ଅନ ହେବ ଆପଣ ଏହି ସର୍ଭିସକୁ ଡିଆକ୍ଟିଭେଟ୍ କରନ୍ତୁ । ତେବେ ଏଥିପାଇଁ ଆପଣଙ୍କୁ *୪୦୨*ମ୍ବର ଲେଖିବ ପାଇଁ ପଡ଼ିବ, ଯେଉଁ ନମ୍ବରକୁ ଆପଣଙ୍କୁ କଲ ଫରୱାର୍ଡ଼ ହେବ ।