ବିହାରରେ ୧୧୦୦୦ କୋଟି ନିବେଶ କରିବ କୋକାକୋଲା କମ୍ପାନୀ : ଉପକୃତ ହେବେ ଲିଚୁ କୃଷକ ଓ ବ୍ୟବସାୟୀ

267

କନକ ବ୍ୟୁରୋ : ବିହାରରେ ନିବେଶ କରିବ କୋକାକୋଲା କମ୍ପାନୀ । ପ୍ରାୟ ୧୧୦୦୦ କୋଟି ଟଙ୍କାର ନିବେଶ କରାଯିବ ବୋଲି ଜଣାପଡ଼ିଛି । ଲିଚୁ କୃଷକ ଓ ବ୍ୟବସାୟୀଙ୍କ ପାଇଁ ଏହା ଉପହାର ସଦୃଶ ହେବ । ଏଥିପାଇଁ କୋକାକୋଲା କମ୍ପାନୀ, ଜାତୀୟ ଲିଚି ଅନୁସନ୍ଧାନ କେନ୍ଦ୍ର ଓ ବିହାରର ଲିଚୁ ସଂସ୍ଥା ମିଳିତ ଭାବେ ଉନ୍ନତ ‘ଲିଚି ପରିଯୋଜନା’ର ଆରମ୍ଭ କରିଛନ୍ତି ।

ଉପକୃତ ହେବେ ବିହାରର ଲିଚୁ କୃଷକ ଓ ବ୍ୟବସାୟୀ । ‘ଲିଚି ପରିଯୋଜନା’ ଯୋଜନା ଅନୁସାରେ ୮୦ ହଜାର ଲିଚୁ ଚାଷୀଙ୍କୁ ପ୍ରଶିକ୍ଷଣ ଦିଆଯିବ । କେବଳ ଏତିକି ନୁହେଁ ୩୦୦୦ ଏକର ଲିଚୁ ବଗିଚାକୁ ପନରୁଦ୍ଧାର କରାଯିବା ପାଇଁ ଯୋଜନା ରହିଛି । ଏହାସହ ନୂଆ ଜ୍ଞାନେକୌଶଳ ବ୍ୟବହାର କରି ନୂଆ ବଗିଚା ତିଆରି କରିବାର ଲକ୍ଷ୍ୟ ରଖାଯାଇଛି ।

ଏହି ଯୋଜନା ଅନୁସାରେ କମ୍ପାନୀ ମୁଜାଫରପୁର, ସମସ୍ତିପୁର ଓ ବୈଶାଳୀ ଜିଲ୍ଲାରେ ଲିଚୁ ଉତ୍ପାଦନ ବଢ଼ାଇବା ପାଇଁ କାମ କରିବ । ଲିଚୁ କୃଷକଙ୍କ ହିତ ପାଇଁ ଅନେକ ଦୃଷ୍ଟାନମୂଳକ ପଦକ୍ଷେପ ଗ୍ରହଣ କରାଯିବ । ଏହି ପ୍ରୟାସ ଯୋଗୁଁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଲିଚୁ କୃଷକ ଓ ବ୍ୟବସାୟୀ ଅଧିକ ମୂଲ୍ୟ ପାଇବେ ବୋଲି ଆଶା କରାଯାଉଛି ।

Comments are closed.