image courtesy-http://bizshorts.in
କନକ ବ୍ୟୁରୋ : କୋଇଲା ଖଣି ଶ୍ରମିକ ତିନିଦିନିଆ ଧର୍ମଘଟ ଯୋଗୁଁ ତାଳଚେରର ୯ଟି ଓ କଣିହାଁର ଗୋଟିଏ କୋଇଲା ଖଣିରୁ ଉତ୍ପାଦନ ଓ ପରିବହନ ପୂରାପୂରି ଠପ୍ ହୋଇଯାଇଛି । ଆନ୍ଦୋଳନ ଜାରି ରହିଥିବାରୁ ବେଶ୍ ପ୍ରଭାବ ପଡ଼ିବ ଆଶଙ୍କା ସୃଷ୍ଟି ହୋଇଛି।
ସର୍ବଭାରତୀୟ କୋଇଲା ଖଣି ଶ୍ରମିକ ଧର୍ମଘଟ ପରିପ୍ରେକ୍ଷୀରେ ୫ ଦଫା ଦାବିରେ ୪ ଟି ମୁଖ୍ୟ ଶ୍ରମିକ ସ˚ଗଠନ ପକ୍ଷରୁ ଆନ୍ଦୋଳନ କରାଯାଇଛି। ଫଳରେ ତାଳଚେର ଅଞ୍ଚଳରେ ଥିବା ଏମ୍ସିଏଲର ସମସ୍ତ ୯ଟି ଯାକ ଖଣିରୁ କୋଇଲା ଉତ୍ପାଦନ ଓ ଆଭ୍ୟନ୍ତରୀଣ ପରିବହନ ସ˚ପୂର୍ଣ୍ଣ ବନ୍ଦ ରହିଛି। ବିଭିନ୍ନ ଖଣି ଲୋକାଲ ସେଲ୍ ବନ୍ଦ ହୋଇଯାଇଥିବାରୁ ଖଣିରୁ ରାଜ୍ୟର ବିଭିନ୍ନ କାରଖାନାକୁ ଟ୍ରକ୍ ଦ୍ବାରା କୋଇଲା ଯୋଗାଣ ବ୍ୟାହତ ହୋଇଛି। ଖଣି ଶ୍ରମିକମାନେ ଆଜି ସକାଳୁ ବିଭିନ୍ନ ଖଣିର ଟାଇମ୍ ଅଫିସ, ଉତ୍ପାଦନସ୍ଥଳୀ ଓ ପରିବହନ ରାସ୍ତାରେ ଧାରଣା ଦେଇଥିଲେ। ପ୍ରକଳ୍ପ ଅଧିକାରୀ, ପ୍ରବନ୍ଧକଙ୍କ କାର୍ଯ୍ୟାଳୟ ଓ ଵର୍କସପ୍ ସମ୍ମୁଖରେ ଧାରଣା ଦେବା ଫଳରେ ଖଣି କାର୍ଯ୍ୟ ବ୍ୟାହତ ହୋଇଥିଲା। ତାଳଚେରରେ ଏମସିଏଲ୍ ହିଙ୍ଗୁଳା, ବଳରାମ, ଭରତପୁର, ଜଗନ୍ନାଥ, ଅନନ୍ତ, ଲିଙ୍ଗରାଜ, ଭୁବନେଶ୍ବରୀ ଓ ତାଳଚେର କୋଇଲା ଖଣିରେ କୋଇଲା ଉତ୍ପାଦନ ଓ ପରିବହନ ସ˚ପୂର୍ଣ୍ଣ ବନ୍ଦ ରହିଛି।
ଧର୍ମଘଟ ପ୍ରଭାବରେ ଏମସିଏଲ୍ର ନିର୍ଦ୍ଦିଷ୍ଟ କେତେ ପରିମାଣର କ୍ଷତି ଘଟିଛି ସେ ସଂପର୍କରେ ରିପୋର୍ଟ ଲେଖାହେବା ସୁଦ୍ଧା ଏମ୍ସିଏଲ୍ ପକ୍ଷରୁ ସୂଚନା ଦିଆଯାଇନାହିଁ। ସେହିପରି କଣିହାଁ କୋଇଲା ଖଣି ସମ୍ମୁଖରେ ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ଆଜିଠାରୁ ବିକ୍ଷୋଭ ଆରମ୍ଭ ହୋଇଛି। ଖଣିରୁ କୋଇଲା ଉତ୍ତୋଳନ ଓ ପରିବହନ ବନ୍ଦ ରହିଛି। ଏନ୍ଟିପିସି ଓ ଜେଆଇଟିପିଏଲ୍କୁ କୋଇଲା ଯୋଗାଣ ବନ୍ଦ ହୋଇଯାଇଛି। ସିଟୁର ଅନୁଗୁଳ ଜିଲ୍ଲା ସାଧାରଣ ସଂପାଦକ ଏବଂ କୋଲ୍ ୱାର୍କର୍ସ ଫେଡେରେସନର ସର୍ବଭାରତୀୟ କାର୍ଯ୍ୟକାରିଣୀ ସଦସ୍ୟ ଉପେନ୍ଦ୍ର ଶର୍ମାଙ୍କ ନେତୃତ୍ବରେ କୋଶଳା ସିଏମ୍ପିଡିଆଇ କ୍ୟାମ୍ପର କାର୍ଯ୍ୟ ବନ୍ଦ କରାଯାଇଥିଲା।
Follow Us