ବିମାନ ଚଳାଚଳ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ : ଭୁବନେଶ୍ୱରରୁ ଦୁବାଇ ସିଧାସଳଖ ବିମାନ ଚଳାଇବା ପାଇଁ ଦାବି

249

କନକ ବ୍ୟୁରୋ : ଭୁବନେଶ୍ୱରରୁ ଦୁବାଇ ଓ ମଧ୍ୟପ୍ରାଚ୍ୟକୁ ସିଧାସଳଖ ବିମାନ ଚଳାଚଳ ଦାବି କରି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂଙ୍କୁ ଚିଠି ଲେଖିଲେ ନବୀନ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠିରେ ଉଲ୍ଲେଖ କରିଛନ୍ତି ଓଡ଼ିଶାକୁ ବିପୁଳ ସଂଖ୍ୟାରେ ପର୍ଯ୍ୟଟକ ଆସୁଛନ୍ତି । ରାଜ୍ୟରେ ଉଦ୍ୟୋଗିକ ନିବେଶ ବୃଦ୍ଧି ପାଇଛି । ରାଜ୍ୟରେ ଉଦ୍ୟୋଗିକ ପୁଞ୍ଚିନିବେଶ ବୃଦ୍ଧି ପାଇଛି । ଫଳରେ ଓଡ଼ିଶାକୁୁ ବିଦେଶରୁ ପର୍ଯ୍ୟଟକ ମାନେ ଅଧିକ ସଂଖ୍ୟାରେ ଆସୁଛନ୍ତି । କେବଳ ଏତିକି ନୁହେଁ ଓଡ଼ିଶାରୁ ମଧ୍ୟ ବାହାର ସ୍ଥାନକୁ ଯାତ୍ରା ବୃଦ୍ଧି ପାଇଛି । ଫଳରେ ଅନେକ ଅନ୍ତର୍ଜାତୀୟ ଏୟାରଲାନ୍ସ ଭୁବନେଶ୍ୱର ବିଜୁ ପଟ୍ଟନାକୟ ଏୟାରପୋର୍ଟରୁ ଦୁବାଇକୁ ବିମାନ ଚଳାଚଳ କରିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି ।

ଭୁବନେଶ୍ୱର ଓ ଦୁବାଇ ମଧ୍ୟରେ ସିଧାସଳଖ ବିମାନ ଚଳାଚଳ କରାଇବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଛନ୍ତି । ସିଧାସଳଖ ବିମାନ ଚଳାଚଳ ନଥିବାରୁ ଦେଶ ବାହାରକୁ ଯାଉଥିବା ଯାତ୍ରୀମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି । ଦୁବାଇ ଓ ମଧ୍ୟ ପୂର୍ବ ଦେଶକୁ ଯାଉଥିବା ଯାତ୍ରୀଙ୍କୁ ଅଧିକ ଟଙ୍କା ଖର୍ଚ୍ଚ କରିବା ସହ ସମୟ ମଧ୍ୟ ଅପଚୟ ହେଉଛି । ବର୍ତ୍ତମାନ ସମୟରେ କୌଣସି ଯାତ୍ରୀ ମଧ୍ୟ ପୂର୍ବ ଦେଶକୁ ଯିବାକୁ ଚାହିଁଲେ ତାଙ୍କୁ ଭୁବନେଶ୍ୱର ଭାୟା ଦିଲ୍ଲୀ ଦେଇ ଗନ୍ତବ୍ୟ ସ୍ଥାନକୁ ପଡ଼ୁଛି । ଅନେକ ଦିନରୁ ମଧ୍ୟ ପୂର୍ବ ଦେଶ ଗୁଡ଼ିକୁ ଯାଉଥିବା ଯାତ୍ରୀମାନେ ସିଧାସଳଖ ବିମାନ ଚଳାଚଳ ପାଇଁ ଦାବି କରିଆସୁଛନ୍ତି ।

ଲୋକଙ୍କ ଦାବି ତଥା ସୁବିଧାକୁ ଅଗ୍ରାଧିକାର ଦେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ନବୀନ । ଭୁବନେଶ୍ୱରରୁ ଦୁବାଇକୁ ସିଧାସଳଖ ବିମାନ ଚଳାଚଳ କଲେ ଯାତ୍ରୀ ଉପକୃତ ହେବା ସହ ଟଙ୍କା ଓ ସମୟ ବଞ୍ଚିପାରିବ । ଯାତ୍ରୀମାନେ ସୁରୁଖୁରୁରେ ବିଦେଶ ଯାଇପାରିବେ । ଏହାବ୍ୟତୀତ ସିଧାସଳଖ ବିମାନ ଚଳାଚଳ ଯୋଗୁଁ ଓଡ଼ିଶାକୁ ପର୍ଯ୍ୟଟକଙ୍କ ସଂଖ୍ୟା ମଧ୍ୟ ଆହୁରି ବୃଦ୍ଧି ପାଇବ ।