ପ୍ରଧାନମନ୍ତ୍ରୀଙ୍କୁ ମମତାଙ୍କ ଚ୍ୟାଲେଞ୍ଜ : ଅଭିଯୋଗ ସାବ୍ୟସ୍ତ କର, ନହେଲେ ଜେଲ ପଠାଇବା ଥୟ 

1,036

କନକ ବ୍ୟୁରୋ : ପଶ୍ଚିମବଙ୍ଗ ହିଂସା ପରେ ଚାଲିଛି ଆରୋପ ପ୍ରତ୍ୟାରୋପର ପର୍ବ । ନିର୍ବାଚନୀ ମାହୋଲରେ ଏପରି ଘଟଣା ପାଇଁ ଜାତୀୟ ରାଜନୀତି ଉଠୁଛି ପଡ଼ୁଛି । ଏହିକ୍ରମରେ ମୋଦି ବିରୋଧୀ ଏକାଠି ହେଲେଣି । ମମତାଙ୍କ ପଛରେ ଛିଡା ହେଲେ ସମସ୍ତ ବିରୋଧୀ । ମାୟାବତୀଙ୍କଠାରୁ ଆରମ୍ଭ କରି ରାହୁଲ ଗାନ୍ଧି, ଅଖିଳେଶ ଯାଦବ, ତେଜସ୍ୱୀ ଯାଦବ, କେସିଆର,ଚନ୍ଦ୍ରବାବୁ ନାଇଡୁ, ମମତାଙ୍କୁ ସମର୍ଥନ କରିଛନ୍ତି । ବିଜେପିର ଶୀର୍ଷ ନେତୃତ୍ୱ ଓ ମମତାଙ୍କ ମଧ୍ୟରେ ଜୋରଦାର ମୁକାବିଲା ଚାଲିଥିବାବେଳେ ତାଙ୍କ ପଛରେ ଛିଡା ହୋଇଛନ୍ତି ଏକାଧିକ ମୋଦି ବିରୋଧୀ ।

ହିଂସା ଘଟଣା ନେଇ ଆଜି ମୋଦି ମମତାଙ୍କୁ ଟାର୍ଗେଟ କରି କହିଛନ୍ତି ଦେଶ ଏବେ ମମତାଙ୍କ ପ୍ରକୃତ ରୂପ ଦେଖିପାରୁଛି । ଅମିତ ଶାହାଙ୍କ ରୋଡ଼ ସୋରେ ଟିଏମସି କର୍ମୀ ବିଦ୍ୟାସାଗରଙ୍କ ମୂର୍ତ୍ତି ଭାଙ୍ଗିଛନ୍ତି । ବିଜେପି ଇଶ୍ୱରର ଚନ୍ଦ୍ର ବିଦ୍ୟାସାଗରଙ୍କ ପ୍ରତିମୂର୍ତ୍ତି ତିଆରି କରି ଟିଏମସିର ଗୁଣ୍ଡାକୁ ଉଚିତ ଶିକ୍ଷା ଦେବ । ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଜରୁରୀ ମୋଦି କହିଛନ୍ତି ମୋଦି ।

ମୋଦିଙ୍କ ଏହି ବୟାନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଅମିତ ଶାହାଙ୍କ ଉପରେ ବର୍ଷିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି । ପଶ୍ଚିମବଙ୍ଗରେ ନିର୍ବାଚନୀ ରାଲି ସଭାକୁ ସମ୍ବୋଧିତ କରି ମୋଦି ଓ ଶାହାଙ୍କୁ ଘେରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବନାର୍ଜୀ । ମୋଦିଙ୍କୁ ଲଜ୍ଜାହୀନ କହିବା ସହ ଅମିତ୍ ଶାହାଙ୍କୁ ଗୁଣ୍ଡା ବୋଲି ବୋଲି କହିଛନ୍ତି । ମୋଦି କ୍ଷମା ମାଗନ୍ତୁ ବୋଲି ଦାବି କରିଛନ୍ତି ମମତା । ମମତା ବାନାର୍ଜୀ କହିଛନ୍ତି ବିଦ୍ୟାସାଗରଙ୍କ ମୁର୍ତ୍ତୀ ତିଆରି କରିବା ପାଇଁ ପଶ୍ଚିମବଙ୍ଗରେ ପର୍ଯ୍ୟାପ୍ତ ଧନ ରହିଛି । ପ୍ରଧାନମନ୍ତ୍ରୀ  ମିଛ କହୁଥିବାରୁ ତାଙ୍କୁ ଉଠବସ୍ କରିବା ଉଚିତ୍ । ଟିଏମସି କର୍ମୀ ମୂର୍ତ୍ତି ଭାଙ୍ଗିଥିବା ନେଇ ମୋଦି ଅଭିଯୋଗ ପ୍ରମାଣିତ କରନ୍ତୁ । ବିନା କାରଣରେ ଟିମଏସିକୁ ଦୋଷଦେଲେ ପ୍ରଧାନମନ୍ତ୍ରୀଙ୍କୁ ଜେଲ ପଠାଇବାକୁ ପାଇଁ ଧମକ ଦେଲେ ମମତା ।