ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀଙ୍କ ରାତିରେ ୩ ଘଂଟାର ରୋଡ ଶୋ ! ନବୀନଙ୍କ ଗାଡି ଆଗରେ ଶୋଭାଯାତ୍ରାରେ ଗଲେ ପ୍ରାର୍ଥୀ, ଆଜି ନୟାଗଡରେ ରଣପୁରରେ ଜନସଭା, ପୁରୀରେ ରୋଡ ଶୋ

242

କନକ ବ୍ୟୁରୋ : ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ମାରାଥନ ପ୍ରଚାର । ଗୁରୁବାର ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀଙ୍କ ରାତିରେ ୩ ଘଂଟାର ରୋଡ ଶୋ କରିଥିଲେ । ଶୁକ୍ରବାର ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ମାରାଥନ୍ ପ୍ରଚାର କାର୍ଯ୍ୟ ରହିଛି । ଆଜି ନୟାଗଡରୁ ଆରମ୍ଭ ହେଉଛି ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର କାର୍ଯ୍ୟ । ଦିନ ୧୦ଟା ୧୫ ମିନିଟରେ ମୁଖ୍ୟମନ୍ତ୍ରୀ ନୟାଗଡର ରଣପୁରରେ ହେଲିକପ୍ଟର ଯୋଗେ ପହଁଚିବେ । ସେଠାରେ ଏକ ଜନସଭାକୁ ସଂବୋଧିତ କରିବେ ।

ନୟାଗଡରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିବେ ମୁଖ୍ୟମନ୍ତ୍ରୀ । ତା ପରେ ଚିଲିକା ଗସ୍ତ କରି ସେଠାରେ ପ୍ରଚାର କରିବେ । ବାଣପୁର ପଲଟନ ପଡିଆରେ ଜନସଭାକୁ ସଂବୋଧନ କରିବା କାର୍ଯ୍ୟକ୍ରମ ରହିଛି । ଚିଲିକାରେ ପ୍ରଚାର ସାରିବା ପରେ ନବୀନଙ୍କ ପୁରୀ ଗସ୍ତ ରହିଛି । ପୁରୀ ସଂସଦୀୟ କ୍ଷେତ୍ରର ସାତପଡାରୁ ରୋଡ ସୋ ଆରମ୍ଭ କରିବେ ମୁଖ୍ୟମନ୍ତ୍ରୀ । ସାତପଡାରୁ ପୁରୀ ଆସି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ କରିବା ସହିତ ପୁରୀରୁ ଭୁବନେଶ୍ୱର ପର୍ଯ୍ୟନ୍ତ ରୋଡ୍ ସୋ କରିବା କାର୍ଯ୍ୟକ୍ରମ ରହିଛି ।