ମହାନଦୀ ପାଇଁ ବିଜେଡିର ମହାସମ୍ମିଳନୀ ! କେନ୍ଦ୍ର ଉପରେ ବର୍ଷିଲେ ମୁଖ୍ୟମନ୍ତ୍ରୀ

31

କନକ ବ୍ୟୁରୋ : ମହାନଦୀ ପାଇଁ ବିଜେଡିର ମହାସମ୍ମିଳନୀ । ମହାସମ୍ମିଳନୀରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ କେନ୍ଦ୍ର ଉପରେ ବର୍ଷିଛନ୍ତି । ସେ କହିଛନ୍ତି, କେନ୍ଦ୍ରର ବିଜେପି ସରକାର ଓଡିଶାକୁ ପାଣି ଛାଡିବା ବନ୍ଦ କରିଛନ୍ତି । ଛତିଶଗଡ ପାଣି ଛାଡୁନଥିବାରୁ ମହାନଦୀ ଶୁଖିଲା ପଡିଛି । ରାଜ୍ୟବାସୀଙ୍କୁ ଏକଥା ବୁଝାଇବାକୁ ହେବା ମହାନଦୀ ଅବବାହିକାରେ ବୃକ୍ଷରୋପଣ କରାଯିବ । ରାଜ୍ୟ ବିଜେଡି କାର୍ଯ୍ୟାଳୟରେ ବସିଥିବା ବୈଠକରେ ମହାନଦୀ ପ୍ରଭାବିତ ୧୫ଟି ଜିଲ୍ଲାର ସମସ୍ତ ଲୋକପ୍ରତିନିଧି ସାମିଲ ହୋଇଥିଲେ ।

ମହାନଦୀ ଉପର ମୁଣ୍ଡରେ ଛତିଶଗଡ ବନ୍ଧ ବାନ୍ଧିବା ଫଳରେ ଏସବୁ ଜିଲ୍ଲାରେ ଜଳ ଶ୍ରୋତ କମିବା ଦ୍ୱାରା କି ପ୍ରଭାବ ପଡିବ ତାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଛନ୍ତି ଜନ ପ୍ରତିନିଧି । ଏହି ଅବସରରେ ମହାନଦୀ ମହାଂସଗ୍ରାମ ପୁସ୍ତକକୁ ଉନ୍ମୋଚନ କରିଥିଲେ ନବୀନ ପଟ୍ଟନାୟକ । ଗାଁ ଗାଁରେ ଏହି ପୁସ୍ତିକା ପଂହଚାଇ ସଚେତନତା ସୃଷ୍ଟି କରିବାକୁ ଲକ୍ଷ୍ୟ ରଖାଯାଇଛି ।

ମହାନଦୀ ମହାସମ୍ମିଳନୀ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ । ମହାନଦୀ ପ୍ରସଙ୍ଗକୁ ନେଇ ସେ ରାଜ୍ୟ ବିଜେପି ଉପରେ ବର୍ଷିଛନ୍ତି । କହିଛନ୍ତି ମାଟି ଅପେକ୍ଷା ପାର୍ଟିକୁ ରାଜନେତା ଗୁରୁତ୍ୱଦେବା ଦୁର୍ଭାଗ୍ୟଜନକ ।