ଫୋନି ମୁକାବିଲା ନେଇ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକ ! ଆଇଏମଡ଼ି, ଏନଡ଼ିଆରଏଫ ଓ ପିଏମଓ କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କଲେ ମୋଦି

279

କନକ ବ୍ୟୁରୋ : ଫୋନି ମୁକାବିଲା ନେଇ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଏକ ଉଚ୍ଚସ୍ତରୀୟ ବୈଠକରେ ଭୀଷଣ ସାମୁଦ୍ରିକ ବାତ୍ୟା ଫନିର ମୁକାବିଲା ପାଇଁ କରାଯାଉଥିବା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି । ଏହି ବୈଠକରେ କ୍ୟାବିନେଟ ସଚିବ, ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ, ପ୍ରଧାନମନ୍ତ୍ରୀଙ୍କ ଅତିରିକ୍ତ ପ୍ରମୁଖ ଶାସନ ସଚିବ, ଗୃହ ସଚିବ, ଭାରତୀୟ ପାଣିପାଗ ବିଭାଗ, ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀ (ଏନଡିଆରଏଫ), ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଏନଡିଏମଏ) ଓ ପିଏମଓର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ ।

ଏହି ଅବସରରେ ଅଧିକାରୀମାନେ ଫନିର ଗତିପଥ ଓ ତାହାର ପ୍ରଭାବ ଉପରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । ଓଡ଼ିଶା ଓ ଅନ୍ୟ ରାଜ୍ୟ ସରକାରମାନଙ୍କ ଦ୍ବାରା କରାଯାଉଥିବା ମୁକାବିଲା ପ୍ରସ୍ତୁତି ଉପରେ ମଧ୍ୟ ମୋଦିଙ୍କୁ ସୂଚନା ଦିଆଯାଇଥିଲା । ଏହି ବାତ୍ୟା ପାଇଁ ସେନା,ନୌସେନା ଓ ଏନଡିଆରଏଫକୁ ପ୍ରସ୍ତୁତ ରଖାଯାଇଛି ବୋଲି ତାଙ୍କୁ ଅବଗତ କରାଯାଇଛି । ଫୋନି ଦ୍ୱାରା ପ୍ରଭାବିତ ହେବାକୁ ଥିବା ରାଜ୍ୟଗୁଡ଼ିକର ଅଧିକାରୀମାନଙ୍କ ସହ ସମନ୍ବୟ ରଖି ବାତ୍ୟାର ମୁକାବିଲା କରିବା ସହ ପ୍ରଭାବୀ ଢଙ୍ଗରେ ରିଲିଫ ଓ ସହାୟତା କାର‌୍ୟ୍ୟ କରିବାକୁ ପ୍ରଧାନମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।