ଫେରିଲେ ୱିଙ୍ଗ କମାଣ୍ଡର ଅଭିନନ୍ଦନ : ଟ୍ବିଟ୍ ଯୋଗେ ଭାରତର ବୀରପୁଅକୁ ସ୍ବାଗତ କଲେ ମୁଖ୍ୟମନ୍ତ୍ରୀ ନବୀନ

ପାଇଲଟଙ୍କ ନିରାପଦ ପ୍ରତ୍ୟାବର୍ତ୍ତନ କାମନା କଲେ ନବୀନ: ଭାରତୀୟ ବାୟୁସେନାର ସାହସକୁ ସାଲ୍ୟୁଟ୍ କରିବା ସହ ସୁରକ୍ଷିତ ଭାବେ ଦେଶକୁ ଫେରନ୍ତୁ ବୋଲି କଲେ ପ୍ରାର୍ଥନା

source : Google

କନକ ବ୍ୟୁରୋ : ଘରକୁ ଫେରିଲେ ଭାରତର ସାହସୀ ପୁଅ । ୨ ଦିନ ଧରି ପାକ୍ କବଜାରେ ରହିବା ପରେ ଶୁକ୍ରବାର ୱାଘା ବର୍ଡର ଦେଇ ଭାରତ ଫେରିଛନ୍ତି ବୀର ଯବାନ ଅଭିନନ୍ଦନ । ଶୁକ୍ରବାର ରାତି ପ୍ରାୟ ୯ଟା ୨୫ ମିନିଟରେ ୱାଘା ବର୍ଡର ଦେଇ ଭାରତ ମାଟିରେ ପାଦ ରଖିଥିଲେ ସେ । ସେହି ହସ ହସ ମୁହଁ । ଛାତି ଚଉଡା କରି ଶତ୍ରୁ ଦେଶର ମାଟିରୁ ଆସି ଭାରତ ମାଟିରେ ପାଦ ରଖିଥିଲେ ଅଭିନନ୍ଦନ । ଅଭିନନ୍ଦନଙ୍କ ଭାରତ ଫେରିବା ପରେ ସାରା ଭାରତରେ ଉତ୍ସାହର ମାହୋଲ ଦେଖିବାକୁ ମିଳିଛି ।

ସବୁ ପ୍ରତୀକ୍ଷାର ଅବସାନ ଘଟାଇ ଶେଷରେ ନିଜ ମାତୃଭୂମିରେ ପାଦ ଦେଇଛନ୍ତି ପାକିସ୍ତାନ ଗିରଫ କରିଥିବା ଭାରତୀୟ ବାୟୁସେନାର ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ । ତାଙ୍କୁ ସ୍ବାଗତ କରିବା ପାଇଁ ଅଭିନନ୍ଦନର ସୁଅ ଛୁଟୁଛି। ଏଥିରେ ପଛରେ ପଡ଼ିନାହାନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ତୁରନ୍ତ ଟ୍ବିଟ୍ କରି ଭାରତକୁ ଫେରିଥିବା ସାହସୀ ହୃଦୟର ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ତମାନଙ୍କୁ ସ୍ବାଗତ କରିଛନ୍ତି । ‘ବୀରତ୍ବ ଓ ସାହସିକତା ମାଧ୍ୟମରେ ଆପଣ ଦେଶକୁ ଗର୍ବିତ କରିଛନ୍ତିି,’ ବୋଲି ସେ ଉଲ୍ଲେଖ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe