କଟକ ବାଲିଯାତ୍ରା ପଡିଆରେ ଏସସିିବିର ସମ୍ପ୍ରସାରିତ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ନବୀନ : କହିଲେ, କଟକ ସହ ତାଙ୍କ ପରିବାରର ରହିଛି ନିବିଡ ସଂପର୍କ . . . ଏସସିବିରୁ ରାଜ୍ୟବାସୀ ପାଇପାରିବେ ବିଶ୍ୱସ୍ତରୀୟ ସେବା

281

କନକ ବ୍ୟୁରୋ : କଟକ ବାଲିଯାତ୍ରା ପଡିଆରେ ମେଗା ସମାବେଶରେ ଯୋଗ ଦେଇ ଏସସିବି ମେଡିକାଲ କଲେଜର ନବେକଳବର ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ନବୀନ । ଏଠାରେ ଉଦବୋଧନ ଦେଇ ନବୀନ କହିଛନ୍ତି, ସାଢେ ୪ କୋଟି ଓଡିଆଙ୍କ ପାଖରେ ମୁଁ ଋଣୀ । ଜନତାଙ୍କ ସହଯୋଗ ଯୋଗୁଁ ୨୦ ବର୍ଷ ଧରି ସେବା କରିପାରିଛୁ । ବିଜୁବାବୁଙ୍କ ଜନ୍ମ କଟକରେ । କଟକ ମାଟି ଆଉ ପାଣି ପବନରେ ବଡ଼ ହୋଇଥିଲେ ପ୍ରବାଦ ପୁରୁଷ । ଆଉ ଏଠାରେ ହିଁ ବ୍ରିଟିଶ୍ ପୋଲିସ୍ ବିରୋଧରେ ଲଢ଼େଇ କରିଥିଲେ । କଟକ ସହ ମୋର ପରିବାରର ନିବିଡ ସଂପର୍କ ରହିଛି ।

ଲୋକଙ୍କ ସୁବିଧା ପାଇଁ ଏସସିବିକୁ ବିଶ୍ୱସ୍ତରୀୟ କରାଯିବ । ଲୋକଙ୍କୁ ବିଶ୍ୱସ୍ତରୀୟ ସେବା ଯୋଗାଇବା ଲକ୍ଷ୍ୟରେ ପ୍ରକଳ୍ପର ଶିଳାନ୍ୟାସ ଆଜି ଠାରୁ କାମ ଆରମ୍ଭ କରାଗଲା । ଓଡ଼ିଶା ବିକାଶ ଇତିହାସରେ ଏକ ନୂଆ ଫର୍ଦ୍ଦ ଯୋଡ଼ିହେଲା । ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ଲୋକ ଭଲ ହେବା ଆଶାରେ କଟକ ବଡ଼ ମେଡ଼ିକାଲ ଧାଇଁ ଆସନ୍ତି । ତେଣୁ ଏସସିବି ଭିତିଭୂମିର ବିକାଶ ଜରୁରୀ । ଏଏସସିବିକୁ ବିଶ୍ୱସ୍ତରୀୟ କରି ସାଧାରଣ ଲୋକଙ୍କୁ ଓଡ଼ିଶାରେ ହିଁ ଭଲ ଚିକିତ୍ସା ଯୋଗାଇବା ଦିଆଯିବ ।

ଆଜି ପ୍ରବାଦ ପୁରୁଷ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୧୦୪ ତମ ଜୟନ୍ତୀ । ଆଜିର ଦିନକୁ ରାଜ୍ୟସ୍ତରୀୟ ପଂଚାୟତିରାଜ ଦିବସ ରୂପେ ପାଳନ କରାଯାଉଛି । ଏହି ଉପଲକ୍ଷେ କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ପକ୍ଷରୁ ଆୟୋଜିତ ହୋଇଯାଇଛି ମିନି ମାରାଥନ ।