କେନ୍ଦ୍ରାପଡ଼ା ଫୋନି କ୍ଷତିଗ୍ରସ୍ତଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା : ସମ୍ବେଦନଶୀଳ ଅଂଚଳରେ ନିର୍ମାଣ ହେବ ୩୦ଟି ବାତ୍ୟା ଆଶ୍ରୟସ୍ଥଳ, ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର ମରାମତି ପାଇଁ ମିଳିବ ୨ ଲକ୍ଷ ଟଙ୍କା

290

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରାପଡ଼ା ଗସ୍ତରେ ଯାଇ ଫୋନି ସମୀକ୍ଷା କରିଛନ୍ତି । ଆଜି ଅପରାହ୍ନରେ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନବୀନ ପଟ୍ଟନାୟକ ଫୋନି କ୍ଷୟକ୍ଷତି, ରିଲିଫ ଓ ପୁନରୁଦ୍ଧାର କାମର ସମୀକ୍ଷା କରିଛନ୍ତି । ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି, କେନ୍ଦ୍ରାପଡାରେ ପାନୀୟ ଜଳ ଓ ବିଜୁଳି ଯୋଗାଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇଛି । ବିଭିନ୍ନ ବିଭାଗରେ କ୍ଷୟକ୍ଷତି ଆକଳନ କରାଯିବା ପରେ ବାତ୍ୟା କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ମିଳିବ ।

ସମ୍ବେଦନଶୀଳ ଅଂଚଳରେ ୩୦ଟି ବାତ୍ୟା ଆଶ୍ରୟସ୍ଥଳ ସ୍ଥଳ ନିର୍ମାଣ ହେବ । ପ୍ରତି ବାତ୍ୟା ଆଶ୍ରୟସ୍ଥଳରେ ୨ କୋଟି ଟଙ୍କା ଖର୍ଚ୍ଚ ହେବ। ସେହିପରି କ୍ଷତିଗ୍ରସ୍ତ ଅଙ୍ଗନୱାଡି କେନ୍ଦ୍ର, ସ୍କୁଲ ବିଲଡିଂ, ପଂଚାୟତସ୍ତରରେ ସାଧାରଣ ଲୋକବ୍ୟବହାର କରୁଥିବା ସଂପତିର ପୁନରୁଦ୍ଧାର ପାଇଁ ୨ଲକ୍ଷ ଟଙ୍କାର ସହାୟତା ଦିଆଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି), ଚାଷୀ ଓ ମତ୍ସ୍ୟଜୀବୀଙ୍କୁ ତୁରନ୍ତ ସହାୟତା ପ୍ୟାକେଜ ଦିଆଯାଉ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ରାଜ୍ୟ ସରକାରଙ୍କ ଯୋଜନାରେ ଯେପରି କୌଣସି ହିତାଧିକାରୀ ବାଦ ନପଡ଼ନ୍ତି ସେଥିପ୍ରତି ଦୃଷ୍ଟି ଦେବା ପାଇଁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର‌୍ୟ୍ୟାଳୟ ପରିସରସ୍ଥିତ ସମ୍ମିଳନୀ କକ୍ଷରେ ବାତ୍ୟା ‘ଫନି’ ସମୀକ୍ଷା କରି ନବୀନ ପଟ୍ଟନାୟକଙ୍କ ଘୋଷଣା କରିଛନ୍ତି, କେନ୍ଦ୍ରାପଡ଼ାରେ ବିଜୁଳି ଓ ପାନୀୟ ଜଳ ସ୍ୱାଭାବିକ ହୋଇିଛ ।