ରଥଯାତ୍ରା ପ୍ରସ୍ତୁତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ : ଶାନ୍ତିଶୃଙ୍ଖଳାର ରଥଯାତ୍ରା ସାରିବାକୁ ଲୋଡିଲେ ସେବାୟତଙ୍କ ସହଯୋଗ

60

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଛି ରଥଯାତ୍ରା ପାଇଁ ଶେଷ ସମନ୍ୱୟ ବୈଠକ । ବୈଠକରେ ମୁଖ୍ୟତଃ ସ୍ୱରେଜ, ଆଲୋକ, ପରିମଳ ଓ ସୁରକ୍ଷା ବ୍ୟବସ୍ଥା ଉପରେ ଆଲୋଚନା ଚାଲିଛି । ଘୋଷଯାତ୍ରାକୁ ଶାନ୍ତିଶୃଙ୍ଖଳାର ସହ ଶେଷ କରିବା ପାଇଁ ଆଲୋଚନା ଚାଲିଛି । ଏହି ବୈଠକରେ ବିଭାଗୀୟ ରାଜସ୍ୱ, ଆଇନ ମନ୍ତ୍ରୀ, ଓ ଛତିଶାନିଯୋଗ ପ୍ରତିନିଧିଙ୍କ ଉପସ୍ଥିତିରେ ସମୀକ୍ଷା କରୁଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟଶାସନ ସଚିବ, ପୁଲିସ ମହାନିର୍ଦ୍ଦେଶକ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ , ଜିଲ୍ଲାପାଳ ଓ ଏସପି ମଧ୍ୟ ଉପସ୍ଥିତ ଅଛନ୍ତି ।

 

ଏହି ସ୍ୱତନ୍ତ୍ର ସମୀକ୍ଷା ବୈଠକରେ ରଥଯାତ୍ରାର ସୁପରିଚାଳନାର ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଇଥିଲା । ମହାପ୍ରଭୁଙ୍କ ନୀତିକନ୍ତି ସଂପନ୍ନ କରୁଥିବା ସେବାୟତ ଓ ପ୍ରଶାସକଙ୍କ ମଧ୍ୟରେ କିପରି ତାଳମେଳ ରହିବା ସହ କାର୍ଯ୍ୟନିର୍ଘଣ୍ଟ ଅନୁସାରେ ଯାତ୍ରା ଶୃଙ୍ଖଳାର ସହ ସଂପନ୍ନ ହେବ ତା’ଉପରେ ଗୁରୁତ୍ୱ ଆରୋପ କରାଯାଇଥିଲା । ଏଥି ସହ ରଥଯାତ୍ରା ସମୟରେ ସ୍ୱାସ୍ଥ୍ୟସେବା, ପରିମଳ ବ୍ୟବସ୍ଥା, ଡ୍ରେନେଜ୍‌ ଓ ସ୍ୱରେଜ୍‌ ବ୍ୟବସ୍ଥା କିଭଳି ଠିକ୍‌ ରହିବ ସେ ନେଇ ପ୍ରସ୍ତୁତିର ସମୀକ୍ଷା କରାଯାଇଛି । ଭକ୍ତ-ଶ୍ରଦ୍ଧାଳୁଙ୍କ ଭିଡ ନିୟନ୍ତ୍ରଣ, ସୁରକ୍ଷା ଓ ଯୋଗାଯୋଗ ବ୍ୟବସ୍ଥାର ମଧ୍ୟ ସମୀକ୍ଷା କରାଯାଇଥିଲା । ରଥଯାତ୍ରା ପ୍ରସ୍ତୁତି ନେଇ ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଥିବା ଜଣାଯାଇଛି ।

Source:hotelpulinpuri.com

ଶ୍ରୀମନ୍ଦିର ପରମ୍ପରାରେ ହୋଇପାରେ ବଡ ଧରଣର ପରିବର୍ତନ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଜିଲ୍ଲା ଜଜ୍ କରିଥିବା ସୁପାରିଶରୁ ଏହି ସଂକେତ ମିଳିଛି । ବଂଶାନୁକ୍ରମିକ ପରମ୍ପରା ବନ୍ଦ ପାଇଁ ପ୍ରସ୍ତାବ ଦେଇଛନ୍ତି ପୁରୀ ଜିଲ୍ଲା ଜଜ୍ । ସେହିପରି ଅନ୍ନଦାନ ଆଟିକା ବସାଇ କିମ୍ବା ଥାଳି ବସାଇ ଭକ୍ତଙ୍କ ଠାରୁ ଟଙ୍କା ଆଦାୟ ବନ୍ଦ କରାଯିବାକୁ ପ୍ରସ୍ତାବ ଦିଆଯାଇଛି । ଏହାକୁ ବନ୍ଦ କରିବା ପାଇଁ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଥିବା ସତ୍ୱେ ଏପରି ଟଙ୍କା ଆଦାୟ ଚାଲିଛି ବୋଲି ଜିଲ୍ଲା ଜଜ୍ ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି । ରୋଷଘର ଓ ଚୁଲାକୁ ମନ୍ଦିର ପରିଚାଳନା କର୍ତୃପକ୍ଷ ନିୟନ୍ତ୍ରଣକୁ ନେବା ପାଇଁ ସୁପାରିଶ କରାଯାଇଛି । ଶ୍ରୀଜୀଉଙ୍କ ଦର୍ଶନ ପାଇଁ ଧାଡ଼ି ବ୍ୟବସ୍ଥା କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି ଜିଲ୍ଲା ଜଜ୍ । ହୁଣ୍ଡି ଓ ଭକ୍ତଙ୍କ ଅନ୍ୟାନ୍ୟ ଦାନ ଉପରେ ତୀକ୍ଷଣ ନଜର ରଖାଯାଉ ଏବଂ ମନ୍ଦିର ପାଣ୍ଠିକୁ ଆକାଉଂଟାଂଟ୍ ଜେନେରାଲଙ୍କ ଦ୍ୱାରା ଅଡିଟ୍ କରାଯିବାକୁ ପ୍ରସ୍ତାବ ଦିଆଯାଇଛି । ଏହାସହ ସେବକ ଓ କର୍ମଚାରୀଙ୍କ ପାଇଁ ପରିଚୟପତ୍ର ଦିଆଯାଉ । ଶ୍ରୀମନ୍ଦିରରେ ସୁରକ୍ଷା ପରିଚାଳନା ପାଇଁ ଏକକ ବ୍ୟବସ୍ଥା କରାଯାଉ ବୋଲି ପୁରୀ ଜିଲ୍ଲା ଜଜ୍ ପ୍ରସ୍ତାବ ଦେଇଛନ୍ତି । ଏହାଛଡ଼ା ଜଗନ୍ନାଥ ମନ୍ଦିର ଆକ୍ଟ ସଂଶୋଧନ ପାଇଁ ପ୍ରସ୍ତାବ ଦେଇଛନ୍ତି ପୁରୀ ଜିଲ୍ଲା ଜଜ୍ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ପୁରୀ ଜିଲ୍ଲା ଜଜ ଗତ ମାସ ୨୬ ତାରିଖରେ ଏହି ରିପୋର୍ଟ ପ୍ରଦାନ କରିଛନ୍ତି ।