କନକ ବ୍ୟୁରୋ : କଟକରେ ମଧ୍ୟ ପାଳିତ ହୋଇଛି ସାଧାରଣତନ୍ତ୍ର ଦିବସ । କଟକ ବାରବାଟୀ ଷ୍ଟାଡିୟମରେ ପତାକା ଉତ୍ତୋଳନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ସହ ମିଳିତ ପରେଡରେ ମଧ୍ୟ ମୁଖ୍ୟମନ୍ତ୍ରୀ ଅଭିବାଦନ ଗ୍ରହଣ କରିଛନ୍ତି । ଏହି ଅବସରରେ ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ନିଜ ଅଭିଭାଷଣରେ ଏକ ହୋଇ ମାଁ ମାଟି ପାଇଁ କାମ କରିବାକୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ଏକାଠି ହୋଇ ଓଡ଼ିଶାକୁ ଆଗେଇ ନେବା । ବିଜୁଳି ସବୁ ଗାଁରେ ପହଞ୍ଚି ପାରିଥିବାରୁ ମୁଁ ବହୁତ ଖୁସି । ଚାଷୀଙ୍କ ପାଇଁ ହୋଇଛି କାଳିଆ ଯୋଜନା । ଏହି ଯୋଜନା ଦ୍ୱାରା ଉଭୟ କୃଷି ଓ କୃଷକମାନେଙ୍କ ବିକାଶ ହେବ । ଏହାସହ ଦେଶର ବରପୁତ୍ର ଓ ସହିଦମାନଙ୍କୁ ଶ୍ରଦ୍ଧାଞ୍ଜି ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସେପଟେ ରାଜ୍ୟସ୍ତରୀୟ ପତାକା ଉତ୍ତୋଳନ ଉତ୍ସବ ରାଜଧାନୀ ଭୁବନେଶ୍ୱରର ଗାନ୍ଧି ମାର୍ଗରେ ଅନୁଷ୍ଠିତ ହୋଇଛି । ରାଜ୍ୟପାଳ ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ ପତାକା ଉତ୍ତୋଳନ କରିଛନ୍ତି । ପତାକା ଉତ୍ତୋଳନ ପରେ ମିଳିତ ପରେଡରେ ଅଭିବାଦନ ଗ୍ରହଣ କରିଛନ୍ତି ରାଜ୍ୟପାଳ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/01/CM-8.jpg)
/kanak/media/post_attachments/wp-content/uploads/2019/01/CM-300x164.png)