କନକ ବ୍ୟୁରୋ : ବିପ୍ଲବୀ କବି ରବି ସିଂଙ୍କ ଦେହାନ୍ତକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦିବଂଗତ ରବି ସିଂଙ୍କୁ ଅତ୍ୟନ୍ତ ପ୍ରତିଭାବାନ କବି, ଅନେକ ସାହିତ୍ୟ କୃତୀର ସ୍ରଷ୍ଟା ଏବଂ ବାସ୍ତବ ଦେଶପ୍ରେମୀ ବୋଲି ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ଟ୍ୱିଟ୍ କରି ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, ଓଡିଆ ସାହିତ୍ୟ ଜଗତକୁ ସମୃଦ୍ଧ କରିଥିବା ତାଙ୍କ କ୍ରାନ୍ତିକାରୀ ରଚନା ସବ ର୍ଦା ସ୍ମରଣୀୟ କରି ରଖିବ । ତାଙ୍କ ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।
ବିପ୍ଳବୀ କବି ରବି ସିଂଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଓଡ଼ିଆ ସାହିତ୍ୟ ଜଗତକୁ ସମୃଦ୍ଧ କରିଥିବା ତାଙ୍କ କ୍ରାନ୍ତିକାରୀ ରଚନା ତାଙ୍କୁ ସର୍ବଦା ସ୍ମରଣୀୟ କରି ରଖିବ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ
ପରିବାରବର୍ଗଙ୍କ ପ୍ରତି ମୋର ସମବେଦନା ଜଣାଉଛି।— Naveen Patnaik (@Naveen_Odisha) February 2, 2020
ସୂଚନାଯୋଗ୍ୟ ଚିକିତ୍ସାଧୀନ ଅବସ୍ଥାରେ କଟକ ବାସଭବନରେ ଆଖି ବୁଜିଛନ୍ତି ବିଶିଷ୍ଟ କବି ଓ ସ୍ୱାଧୀନତା ସଂଗ୍ରାମୀ ରବି ସିଂ । ବାର୍ଧକ୍ୟଜନିତ ରୋଗରେ ପୀଡିତ ହୋଇ ଦୀର୍ଘ ଦିନ ଧରି ସେ ଚିକିତ୍ସିତ ଥିଲେ । ରବି ସିଂଙ୍କ ପରଲୋକ ଓଡିଆ ସାହିତ୍ୟ ଜଗତରେ ସୃଷ୍ଟି କରିଛି ଶୋକର ପରିବେଶ । ୧୯୬୧ରେ ସାହିତ୍ୟ ଏକାଡେମୀ ସମ୍ମାନ, ୨୦୧୭ରେ ଅତିବଡି ସମ୍ମାନରେ ସମ୍ମାନୀତ ହୋଇଥିଲେ ରବି ସିଂ । ପଥ ପ୍ରାନ୍ତର କବିତା, ଚରମପତ୍ର, ଲାଲ ପାଗୋଡାର ପ୍ରେତ ଓ ଅନ୍ୟ କବିତା, ଭ୍ରୁକୁଟି , ବିଦିନ୍ନ , ପାଦଟିକା ପରି କବିତା ପୁସ୍ତକ ବେଶ୍ ଲୋକପ୍ରିୟ । ରବି ସିଂଙ୍କ ପରଲୋକ ଖବର ଓଡିଆ ସାହିତ୍ୟ ଜଗତରେ ଦୁଃଖ ଖେଳାଇ ଦେଇଛି ।