ଭବାନୀପାଟଣାରେ ମାଆ ମାଣିକେଶ୍ୱରୀଙ୍କ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ! ପ୍ରଚାର ଆରମ୍ଭ କରିବା ସହ ନବୀନ କହିଲେ ଲୋକଙ୍କ ସମର୍ଥନ ରହିଛି, ଦଳ ନିଶ୍ଚିତ ଭଲ ପ୍ରଦର୍ଶନ କରିବ

Advertisment
ଭବାନୀପାଟଣାରେ ମାଆ ମାଣିକେଶ୍ୱରୀଙ୍କ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ! ପ୍ରଚାର ଆରମ୍ଭ କରିବା ସହ ନବୀନ କହିଲେ ଲୋକଙ୍କ ସମର୍ଥନ ରହିଛି, ଦଳ ନିଶ୍ଚିତ ଭଲ ପ୍ରଦର୍ଶନ କରିବ

କନକ ବ୍ୟୁରୋ : କଳାହାଣ୍ଡିରେ ଆଜି ମାରାଥନ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ପ୍ରଚାର ଆରମ୍ଭ କରିବା ପୂର୍ବ ଭବାନୀପାଟଣାରେ ମାଆ ମାଣିକେଶ୍ୱରୀଙ୍କ ଦର୍ଶନ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ମାଆଙ୍କୁ ଦର୍ଶନ କରି ଆଶୀର୍ବାଦ ନେଇ ପ୍ରଚାର ମୈଦାନକୁ ଓହ୍ଲାଇଲେ ନବୀନ । ଭବାନୀପାଟଣା ଆଇବିରୁ ରୋଡରେ ଯାଇ ମାଆ ମାଣିକେଶ୍ୱରୀଙ୍କ ଦର୍ଶନ କରିଛନ୍ତି ନବୀନ ।

ମା’ ମାଣିକେଶ୍ୱରୀ ମନ୍ଦିରରୁ ହେଲିପ୍ୟାଡ୍‌ ଯାଏଁ ମୁଖ୍ୟମନ୍ତ୍ରୀ ରୋଡ୍‌ ସୋ’ କରିବେ। ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ସହିତ କଳାହାଣ୍ଡିର ଲୋକସଭା ପ୍ରାର୍ଥୀ ତଥା ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ, ବିଜେଡି ବିଧାନସଭା ପ୍ରାର୍ଥୀ ଦୁଷ୍ମନ୍ତ ନାୟକ ଏବଂ ମହିଳା ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କ ସମେତ ବହୁ ନେତା ଉପସ୍ଥିତ ଅଛନ୍ତି ।

ମାଣିକେଶରୀ ଦର୍ଶନ ପରେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ । ନବୀନ କହିଛନ୍ତି, ଦଳ ପ୍ରତି ଲୋକଙ୍କର ଅକୁଣ୍ଠ ସମର୍ଥନ ରହିଛି । ନିର୍ବାଚନରେ ଭଲ ପ୍ରଦର୍ଶନ କରିବୁ ବୋଲି ପୁଣି ଥରେ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ । ଅନ୍ୟପଟେ ଆଗକୁ କଳାହାଣ୍ଡି ପାଇଁ ବହୁତ କିଛି କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ନବୀନ । ଏହାପରେ ସେଠାରୁ କଳାହାଣ୍ଡି ନିର୍ବାଚନ ମଣ୍ଡଳୀର ଲାଞ୍ଜିଗଡ, ନର୍ଲାରେ ପ୍ରଚାର କରିବେ ।

ସୂଚନାଯୋଗ୍ୟ ରାତିରେ ରୋଡ ଶୋ କରିଥିଲେ ନବୀନ ପଟ୍ଟନାୟକ । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟ ସରିବାକୁ ଥିବାବେଳେ ଗତକାଲି ରାତିରେ ମେଗା ରୋଡ ସୋ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କଳାହାଣ୍ଡି ଭବାନୀପାଟଣା ସହରରେ ରୋଡ ସୋ କରିିଛନ୍ତି ବିଜେଡି ସୁପ୍ରିମୋ । ରାତି ହୋଇଥିଲେ ବି ନବୀନଙ୍କ ଏହି ରୋଡ ସୋରେ ବହୁ ସଂଖ୍ୟାରେ ଲୋକ ସାମିଲ ହୋଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ଟିକେ ଝଲକ ପାଇବା ପାଇଁ ଘରୁ ବାହାରକୁ ଚାଲି ଆସିଥିଲେ କଳାହାଣ୍ଡିର ଜନସାଧାରଣ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe