ଭୁବନେଶ୍ୱରରେ ନିୟମ ମାନୁନଥିବା ଶିକ୍ଷାନୁଷ୍ଠାନ ଉପରେ ଚଢାଉ : ସରକାରୀ, ବେସରକାରୀ ସ୍କୁଲ ଓ କୋଚିଂ ସେଂଟର ଉପରେ ୪ଟି ସ୍କ୍ୱାର୍ଡର ଚଢାଉ

2,810

କନକ ବ୍ୟୁରୋ : ଭୁବନେଶ୍ୱରରେ ନିୟମ ମାନୁନଥିବା ଶିକ୍ଷାନୁଷ୍ଠାନ ଉପରେ ଚଢାଉ । ଭୁବନେଶ୍ୱରରେ କେତେକ ସ୍କୁଲ ଓ କୋଚିଙ୍ଗସେଂଟର କରୋନା ପାଇଁ ଲଗାଯାଇଥିବା କଟକଣା ମାନୁନଥିବା ଅଭିଯୋଗ ଆସିବା ପରେ, ଆଜି ବିଭାଗ ପକ୍ଷରୁ ଯାଂଚ କରାଯାଇଛି । ଭୁବନେଶ୍ୱର ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଦ୍ୱାରା ଗଠିତ ୪ଟି ସ୍କ୍ୱାର୍ଡ ସହରର ବିଭିନ୍ନ ସ୍କୁଲରେ ସତ୍ୟତା ପରଖିଛନ୍ତି ।

କରୋନା ପାଇଁ ରାଜ୍ୟସରକାର ସମସ୍ତ ସ୍କୁଲ ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଥିବା ବେଳେ ଭୁବନେଶ୍ୱରରେ ବିିଭିନ୍ନ ସରକାରୀ, ବେସରକାରୀ ସ୍କୁଲ ଓ କୋଚିଂ ସେଂଟର ଖୋଲା ରହୁଥିବା ଅଭିଯୋଗ ହୋଇଥିଲା । ଏହାର ଯାଂଚ କରିବା ପାଇଁ ଭୁବନେଶ୍ୱର ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ଜିିଲ୍ଲା ଶିକ୍ଷାଧିକାରୀ । ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ବିଦ୍ୟାଳୟ ସ୍ତରର ସମସ୍ତ ପରୀକ୍ଷାକୁ ବାତିଲ କରିବା ସହ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଥିଲା ଗଣଶିକ୍ଷା ବିଭାଗ । ଏପରିକି ବିଦ୍ୟାଳୟକୁ ଶିକ୍ଷକମାନେ ନଆସିବାକୁ କୁହାଯାଇଥିଲା ।

ଏସବୁ ସତ୍ତ୍ୱେ ରାଜଧାନୀର କିଛି ଶିକ୍ଷାନୁଷ୍ଠାନ ଗଣଶିକ୍ଷା ବିଭାଗର ନିର୍ଦେଶକୁ ଉଲ୍ଲଂଘନ କରୁଥିବା ଅଭିଯୋଗ ହୋଇଥିଲା। ଏହି ଅଭିଯୋଗକୁ ଭତ୍ତିକରି  ରାଜଧାନୀରେ ନିୟମ ମାନୁ ନଥିବା ଶିକ୍ଷାନୁଷ୍ଠାନ ଉପରେ ନେତୃତ୍ୱରେ ଚଢ଼ାଉ ଆରମ୍ଭ ହୋଇଛି।