ଗଣଶିକ୍ଷା ବିଭାଗର ବଡ ନିଷ୍ପତ୍ତି : ୬ବର୍ଷରୁ ଅଧିକ ସମୟ ବିଇଓ,ଡିଇଓ କାର୍ଯ୍ୟାଳୟରେ ରହିପାରିବେନି ଅଧିକାରୀ 

740

କନକ ବ୍ୟୁରୋ : ଗଣଶିକ୍ଷା ବିଭାଗର ବଡ ନିଷ୍ପତ୍ତି । ଏଣିକି ୬ ବର୍ଷରୁ ଅଧିକ ସମୟ ବିଇଓ ଓ ଡିଇଓ କାର୍ଯ୍ୟାଳୟରେ ରହିପାରିବେନି ଅଧିକାରୀ ।  ମନ୍ତ୍ରୀଙ୍କ ସ୍କାନରରେ ଜିଲ୍ଲା ଓ ବ୍ଲକ ଶିକ୍ଷା କାର୍ଯ୍ୟାଳୟର କିରାଣି । ଯେଉଁ କିରାଣିମାନେ ୬ ବର୍ଷରୁ ଅଧିକ ସମୟ ଧରି ରହିଛନ୍ତି, ସେମାନଙ୍କୁ ଅନ୍ୟ ସ୍ଥାନକୁ ବଦଳି କରାଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି ।

ବଦଳି ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ  ନିର୍ଦ୍ଦେଶନାମା ଜାରି କରାଯାଇଛି । ଅନେକ ଜିଲ୍ଲାରେ ଏ ନିୟମ କାର୍ଯ୍ୟକାରୀ ହୋଇସାରିଲାଣି । ଯେଉଁ କିଛି ଜିଲ୍ଲାରେ ହୋଇନି, ଖୁବଶୀଘ୍ର ଏହି ନିୟମ ଲାଗୁ ହୋଇଯିବ । ଆଗକୁ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ କ୍ଷେତ୍ରରେ ଏହି ନିୟମ  ଲାଗୁ ପାଇଁ ବିଚାର ବିମର୍ଷ ଚାଲିଛି । ଶିକ୍ଷାବର୍ଷ ଆରମ୍ଭରୁ ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହେବ ବୋଲି ମନ୍ତ୍ରୀ କହିଛନ୍ତି ।