କନକ ବ୍ୟୁରୋ : କନକ ବ୍ୟୁରୋ : ବିପଦରେ ବିଶ୍ୱର ସପ୍ତାଶ୍ଚର୍ଯ୍ୟ ତାଜମହଲ । ଶଙ୍ଖ ମଲମଲ ପଥର ନିର୍ମିତ ସମାଧି ପରସରରୁ ଆସୁଛି ଦୁର୍ଗନ୍ଧ । ଚାରିଆଡ଼େ କୁଢ଼ କୁଢ଼ ଅଳିଆ ଆବର୍ଜନା । ଦୁର୍ଗନ୍ଧରେ ନାକ ଫାଟି ପଡ଼ୁଛି । ପୃଥିବୀର ସାତ ଗୋଟି ଅଦ୍ଭୁତ ଆଶ୍ଚର୍ଯ୍ୟରେ ଗଣା ହେଲେ ମଧ୍ୟ ଏବେ ତାଜମହଲକୁ ଆସିବା ପାଇଁ ମଙ୍ଗୁନାହାନ୍ତି ପର୍ଯ୍ୟଟକ । ସଫେଇ କର୍ମଚାରୀଙ୍କ ଆନ୍ଦୋଳନ ଯୋଗୁଁ ଦେଶର ଗର୍ବ ତାଜମହଲରେ ସ୍ୱଚ୍ଛତା ବଜାୟ ରଖିବା ମୁସ୍କିଲ ହେଉଛି । ଏଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱଚ୍ଛତା ଅଭିଯାନ ଫେଲ ମାରିଛି । ଉଚିତ ସମୟରେ ଦରମା ନମିଳିବାରୁ ସଫେଇ କର୍ମଚାରୀ ମାନେ କାମ ବନ୍ଦ କରିଦେଇଛନ୍ତି ।

Advertisment

ତାଜମହଲର ପାରସ୍ୟ କାରିଗରୀ ପାଇଁ ପର୍ଯ୍ୟଟକ ଅଧିକ ଆକର୍ଷିତ ହୁଅନ୍ତି । ତାଜମହଲ ପରିସରରେ ଥିବା ଉଦ୍ୟାଦ ଶୋଭାକୁ ଦ୍ୱିଗୁଣିତ କରେ । ତାଜମହଲର ସୁନ୍ଦର କାରୁକାର‌୍ୟ୍ୟ ଦେଖିବା ପାଇଁ ଦେଶ ବିଦେଶରୁ ପର୍ଯ୍ୟଟକ ଛୁଟି ଆସନ୍ତି । କେବଳ ଶୁକ୍ରବାର ଦିନ ବନ୍ଦ ରହେ ବିଶ୍ୱ ଐତିହ୍ୟ ତାଜମହଲ । ହେଲେ ବର୍ତ୍ତମାନ ସ୍ଥିତିରୁ ଆକଳନ କରାଯାଉଛି ତାଜମହଲକୁ ଆସୁଥିବା ପର୍ଯ୍ୟଟକଙ୍କ ସଂଖ୍ୟା ଧୀରେ ଧୀରେ କମିଯିବ । ବେତନ ନମିଳିବାରୁ ୨୮ ଜଣ ସଫେଇ କର୍ମଚାରୀ ବୁଧବାର ଓ ଗୁରୁବାର କାମ ବନ୍ଦ ଆନ୍ଦୋଳନ କରିଥିଲେ । ବିଗତ ତିନି ମାସ ଧରି ବିକ୍ଷୋଭ ପ୍ରଦର୍ଶନ କଲେ ମଧ୍ୟ ସଫେଇ କର୍ମଚାରୀଙ୍କୁ ବେତନ ମିଳିନି । ସେଥିପାଇଁ ବାଧ୍ୟହୋଇ କର୍ମଚାରୀ ମାନେ ଏହି ରାସ୍ତା ଆପଣାଇଛନ୍ତି । ଟଙ୍କା ଅଭାବରୁ ଜଣେ ସଫେଇ କର୍ମଚାରୀଙ୍କ ପତ୍ନୀ ଚିକିତ୍ସା ନପାଇ ମେଡ଼ିକାଲରେ ପ୍ରାଣ ହରାଇବା ପରେ ଆନ୍ଦୋଳନ ତୀବ୍ର ହୋଇଛି ।

ତାଜମହଲକୁ ପ୍ରତିଦିନ ହରାଜ ହଜାର ପର୍ଯ୍ୟଟକ ଆସନ୍ତି । ବିଦେଶୀ ପର୍ଯ୍ୟଟକମାନେ ଅଧିକ ସଂଖ୍ୟାରେ ତାଜମହଲ ଭ୍ରମଣରେ ଆସନ୍ତି । ହେଲେ ରକ୍ଷଣାବେକ୍ଷଣ ଅବହେଳା ଯୋଗୁଁ ଭାରତର ଗୌରବ ଉପରେ ଖରାପ ପ୍ରଭାବ ପଗାଉଛି । କେନ୍ଦ୍ର ସରକାର ଏଦିଗପରେ ସଚେତନ ହେବା ଜରୁରୀ । ସଫେଇ କର୍ମଚାରୀଙ୍କ ସହ ଆଲୋଚନା କରି ଏଦିଗରେ ତୁରନ୍ତ ପଦକ୍ଷେପ ନେବା ଉଚିତ ।