କନକ ବ୍ୟୁରୋ : ଆମକୁ ଦିନକୁ ୨୯୮ ଟଙ୍କା ହିସାବରେ ମଜୁରି ନ ଦେଲେ ଆମେ ଆଉ ସଫେଇ କରିବୁନି । ଜାନୁଆରି ୨୭ରୁ ରାଜଧାନୀରେ ସଫେଇ ବନ୍ଦ କରିଦେବେ ବୋଲି ସଫେଇ କର୍ମଚାରୀମାନେ ସଫେଇ ସଂସ୍ଥାଙ୍କୁ ଚିଠି ଲେଖି ଜଣାଇ ଦେଇଛନ୍ତି । ଏପଟେ ସଫେଇ ସଂସ୍ଥାମାନେ କହିଛନ୍ତି ଯେ, ଆମକୁ ବିଏମ୍ସି ଏସ୍କାଲେସନ୍ ଫି’ ନିୟମ ଅନୁଯାୟୀ ଦେଉନି । ଏବେ ଗୋଟିଏ ଟନ୍ ଆବର୍ଜନା ଉଠାଇବା ପାଇଁ ୩୪୦୦ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଆମକୁ ବିଏମ୍ସି ୨୪୮୫ଟଙ୍କା ଦେଉଛି । ତେଣୁ ଆମକୁ ଯେବେ ବିଏମ୍ସି ଏସ୍କାଲେସନ୍ ଫି’ ବଢ଼ାଇକି ଦେବ ସେତେବେଳେ ଆମେ ମଜୁରି ବଢ଼ାଇ ପାରିବୁ ।
ସଫେଇ ସଂସ୍ଥା ଅଧୀନରେ କାମ କରୁଥିବା ଜଣେ କହିଛନ୍ତି, ଯେତେବେଳେ ଆମେ ଅସହାୟ ହୋଇ କାର୍ଯ୍ୟବନ୍ଦ ଆନ୍ଦୋଳନ କରୁଛୁ, ସେତେବେଳେ ବିଏମ୍ସି ଓ ସଫେଇ ସଂସ୍ଥା ଆମ ମଜୁରି ବଢ଼ାଉଛନ୍ତି । କିନ୍ତୁ ଦୁଇ ବର୍ଷ ହେଲା ମଜୁରି ବଢ଼ି ନ ଥିବାରୁ ଆମେ ୨୭ତାରିଖରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବୁ । ଜାନୁଆରି, ୨୦୧୮ରେ ଆମର କାର୍ଯ୍ୟବନ୍ଦ ଆନ୍ଦୋଳନ ସମୟରେ ସଫେଇ ସଂସ୍ଥାଗୁଡ଼ିକୁ ବିଏମ୍ସି ବର୍ଦ୍ଧିତ ଏସ୍କାଲେସନ୍ ଫି’ ଦେଲାନି । କିନ୍ତୁ ସେମାନେ ଆମ ମଜୁରି ବଢ଼ାଇଲେ। ଏବେ ସଫେଇ ସଂସ୍ଥାଙ୍କୁ ମଜୁରି ବଢ଼ାଇବାକୁ କହିବାରୁ ସେମାନେ କହୁଛନ୍ତି ତିନି ଥର ତୁମର ମଜୁରି ବଢ଼ିଲାଣି । ବିଏମ୍ସି ଆମକୁ ଏସ୍କାଲେସନ ଫି’ ବାବଦକୁ ଟଙ୍କାଟିଏ ବି ଅଧିକ ଦେଇନି । ତେଣୁ ଆମେ ଏଥର ମଜୁରି ବଢ଼ାଇ ପାରିବୁନି ।
ଅପରପକ୍ଷେ ସଫେଇ ସଂସ୍ଥାଗୁଡ଼ିକ ଆଜି ବିଏମ୍ସି ପ୍ରଶାସକ ସଂଗ୍ରାମଜିତ ନାୟକଙ୍କୁ ଭେଟି ସଫେଇ କର୍ମଚାରୀଙ୍କ ଦାବି ବିଷୟରେ ଜଣାଇବା ସହ ଏସ୍କାଲେସନ୍ ଫି’ ବଢ଼ାଇବାକୁ କହିଥିଲେ। କିନ୍ତୁ ପ୍ରଶାସକ କହିଥିଲେ ୫ବର୍ଷ ହେଲା ଯଦି ତୁମର ଏସ୍କାଲେସନ୍ ଫି’ କେହି ବଢ଼ାଇ ନାହାନ୍ତି, ତେବେ ମୁଁ କାହିଁକି ଏବେ ବଢ଼ାଇବି ବୋଲି ଓଲଟା ପ୍ରଶ୍ନ କରିଥିଥିଲେ ସଫେଇ ସଂସ୍ଥାଗୁଡ଼ିକ କହିଥିଲେ ଯେ, ବିଏମ୍ସି ଆମକୁ ୧୫୦ ଟଙ୍କା ହିସାବରେ ମଜୁରି ଦେଉଥିବା ବେଳେ ଆମେ ସଫେଇ କର୍ମଚାରୀଙ୍କୁ ୨୨୪ ଟଙ୍କା ନଗଦ ବାଦ୍ ଇପିଏଫ୍ ଓ ଇଏସ୍ଆଇ ଦେଉଛୁ। ଏହିପରି ପ୍ରାୟ ୨୭୦ଟଙ୍କା ଜଣ ପିଛା ଦେଉଛୁ। ଏମିତିରେ ଆେମ ଜଣଙ୍କ ପିଛା ୧୨୦ଟଙ୍କା ଅଧିକ ଦେଉଛୁ। ଆଉ ଦେଇ ହେବନି। ଏଥର ସଫେଇ ବନ୍ଦ ହେଲେ ବିଏମ୍ସି କର୍ତ୍ତୃପକ୍ଷ ତା’ର ସମାଧାନ କରିବେ। ଆମେ କିଛି କରିପାରିବୁନି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/01/dump-yard.jpg)