ଅନେକ ଥର ଏପରି ହୁଏ ଆପଣ ଘରେ କେଉଁଠି ଫୋନ ରଖି ଭୁଲି ଯାଆନ୍ତି ଏବଂ ଫୋନକୁ ଏଠି ସେଠି ଖୋଜୁଥାଆନ୍ତି । ଯଦି ଫୋନ ସାଇଲେଣ୍ଟ ନଥାଏ ଆପଣ ଅନ୍ୟ ଫୋନରୁ କଲ କରି ତାକୁ ଖୋଜିପାରିବେ । କିନ୍ତୁ ଯଦି ଫୋନ ସାଇଲେଣ୍ଟ ଥାଏ, ତେବ ଫୋନ ଖୋଜିବା ମୁସ୍ତିଲ ହୋଇଯାଏ । ଆପଣ ଜାଣନ୍ତି କି ତାଳି ମାରି ଏବେ ଆଣ ନିଜ ଫୋନକୁ ଖୋଜି ପାରିବେ । ତେବେ ଆସନ୍ତୁ ଜାଣିବା ତାଳି ବଜାଇ କେମିତି ଖୋଜିବେ ଫୋନ ?

Advertisment

ସର୍ବପ୍ରଥମେ ଆପଣ ‘କ୍ଲାପ ଟୁ ଫାଇଣ୍ଡ’ ନାମକ ଏକ ଆପ୍ ଡାଉନଲୋଡ କରନ୍ତୁ । ଏହି ଆପ୍ ଆପଣଙ୍କ ଫୋନକୁ ଆପେ ଆପେ ଟ୍ରାକ କରିବ । ତାଳି ବଜାଇବା ପରେ ହିଁ ଆପଣଙ୍କ ଫୋନ ରିଙ୍ଗ ହେବାରେ ଲାଗିବ । ଏହି ଆପରେ ଏକ ଖାସ ଫିଚର ଅଛି ଯାହା ତାଳିର ଆବାଜରେ ଫୋନର ଫ୍ଲାସ ଲାଇଟ ଅନ ହୋଇଯିବ । ଫୋନକୁ ଖୋଜିବା ପାଇଁ ଆପଣଙ୍କୁ ତିନି ଥର ତାଳି ବଜାଇବା ପାଇଁ ପଡିବ ।

‘କ୍ଲାପ ଟୁ ଫାଇଣ୍ଡ’ ଆପ ବ୍ୟତୀତ ଆଉ ଏକ ଆପ୍ ଅଛି ଯାହା ହେଲା ‘ହ୍ୱିସିଲ ଆଣ୍ଡ ଫାଇଣ୍ଡ’ । ଏହାକୁ ଆପଣ ଗୁଗୁଲ ପ୍ଲେଷ୍ଟୋରରେ ଡ଼ାଉନଲୋଡ କରିପାରିବ । ଏହି ଆପ ସିଟି ଶୁଣିବା ପରେ ହିଁ ଆପଣଙ୍କ ଫୋନକୁ ରିଙ୍ଗ କରାଇବ ଓ ଆପଣ ଫୋନ ପାଇପାରିବେ ।

                          ସୌଜନ୍ୟ - ଅମର ଉଜାଲା