ବିମାନ କମ୍ପାନୀଙ୍କ ସହ ରାଜ୍ୟ ସରକାରଙ୍କ ବୈଠକ : ଭୁବନେଶ୍ୱରରୁ ସିଙ୍ଗାପୁର, ଦୁବାଇ,ଆବୁଧାବିକୁ ବିମାଣ ଉଡାଣ ପ୍ରସ୍ତାବ, ଘରୋଇ ବିମାନକୁ ୧ ପ୍ରତିଶତ ରିହାତି

237

କନକ ବ୍ୟୁରୋ : ଓଡିଶାରେ ବିମାନ ଚଳାଚଳ ନେଇ ରାଜ୍ୟ ସରକାରଙ୍କ ସହ ବିମାନ କମ୍ପାନୀଙ୍କ ବୈଠକ ହୋଇଛି । ଏ ନେଇ ପ୍ରଥମ ପର୍ଯ୍ୟାୟ ବୈଠକ ଶେଷ ହୋଇଛି । ଅନ୍ତର୍ଜାତୀୟ ବିମାନର ଇନ୍ଧନ ଭାଟ କୌଣସି ପ୍ରକାର ରିହାତି ମିଳିବ ନାହିଁ । କିନ୍ତୁ ନୂଆ ରୁଟରେ ଯେଉଁ ଘରେଇ କମ୍ପାନୀ ବିମାନ ଚଳାଚଳ କରିବେ ସେମାନଙ୍କୁ ଇନ୍ଧନ ବାବଦରେ ଏକ ପ୍ରତିଶତ ରିହାତି ଦିଆଯିବ । ବୈଠକରେ ସିଙ୍ଗାପୁର, ଦୁବାଇ, ଆବୁଧାବିକୁ ବିମାନ ଉଡାଣ ପାଇଁ ପ୍ରସ୍ତାବ ଦିଆଯାଇଛି ।

ଓଡିଶାରୁ ଉତ୍ତର-ପୂର୍ବାଂଚଳ ରାଜ୍ୟ ଓ ଅନ୍ୟ ଯେଉଁଠି ବିମାନ ଉଡାଣ ହୋଇନି, ସେ ସ୍ଥାନକୁ ବିମାନ ଉଡାଇ ନେଇ ଆଲୋଚନା ହୋଇଛି । ଭୁବନେଶ୍ୱରରୁ ପ୍ରୟାଗରାଜ ଓ ଅନ୍ୟାନ୍ୟସ୍ଥାନକୁ ଉଡାଣ ନେଇ ସୁଯୋଗ ସୃଷ୍ଟି କରିବାକୁ ଆଲୋଚନା କରାଯାଇଛି । ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମିଲ ହୋଇଥିଲେ । କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ଉଚ୍ଚ ପଦସ୍ଥ ଅଧିକାରୀ, ରାଜ୍ୟ ସରକାରଙ୍କ ଅଧିକାରୀ ବି ବୈଠକରେ ଉପସ୍ଥିତ ଅଛନ୍ତି ।