କନକ ବ୍ୟୁରୋ : ଲୋକସଭାରେ ଆଗତ ହେଲା ନାଗରିକତା ସଂଶୋଧନ ବିଲ୍ -୨୦୧୯ । ଗୃହମନ୍ତ୍ରୀ ଅମିତ୍ ଶାହା ଏହି ବିଲକୁ ଆଗତ କରିଛନ୍ତି । ବିଲ ଆଗତ ବେଳେ ଗୃହରେ ବିରୋଧୀ ସଦସ୍ୟ ହଙ୍ଗାମା କରିଛନ୍ତି । ତେବେ ଏହି ବିଲ ସଂଖ୍ୟାଲଘୁ ସଂପ୍ରଦାୟ ବିରୋଧୀ ନୁହେଁ ବୋଲି ଶାହା କହିଛନ୍ତି । ସେହିପରି ବିଲକୁ ନେଇ ଆଲୋଚନା ହେବା ସମୟରେ ବିରୋଧୀଙ୍କୁ କହିବାକୁ ସୁଯୋଗ ଦିଆଯିବ । ଏବଂ ବିରୋଧୀ ଉଠାଉଥିବା ସମସ୍ତ ପ୍ରଶ୍ନର ଉତର ରଖିବେ ବୋଲି ଶାହା କହିଛନ୍ତି ।
ବିଲ ଲାଗୁ ହେଲେ ଦେଶରେ ବେଆଇନ ଭାବେ ରହୁଥିବା ବିଦେଶୀ ନାଗରିକ ଦେଶରୁ ବିଦାହେବେ । ଏହା ସହିତ ପାକିସ୍ତାନ, ବାଂଲାଦେଶ ଏବଂ ଆଫଗାନିସ୍ଥାନର ଅଣମୁସଲିମ୍ ଶରଣାର୍ଥୀମାନଙ୍କୁ ଭାରତରେ ନାଗରିକତା ପ୍ରଦାନ କରିବାର ବ୍ୟବସ୍ଥା ରହିଛି । ସଂଶୋଧିତ ବିଲରେ ଥିବା ବ୍ୟବସ୍ଥା ଅନୁଯାୟୀ ହିନ୍ଦୁ, ଶିଖ୍, ବୌଦ୍ଧ, ଜୈନ, ପାର୍ସୀ ଏବଂ ଖ୍ରୀଷ୍ଟିୟାନ ସମ୍ପ୍ରଦାୟର ଲୋକ ଯେଉଁମାନେ ୨୦୧୪ ଡିସେମ୍ବର ୩୧ ପର୍ଯ୍ୟନ୍ତ ପାକିସ୍ତାନ, ବାଂଲାଦେଶ ଏବଂ ଆଫଗାନିସ୍ଥାନରେ ନିର୍ଯାତିତ ହୋଇ ଭାରତ ଆସିଛନ୍ତି ସେମାନଙ୍କୁ ନାଗରିକତା ପ୍ରଦାନ କରାଯିବ । ତେବେ ସୂଚନା ଅନୁସାରେ ଏହି ବିଲ୍କୁ ବିଜେଡି ସମର୍ଥନ କରିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/12/AMIT-1.jpg)