ଗ୍ଲେନମାର୍କ ପରେ ବଜାରକୁ ଆସିଲା ସିପ୍ଲା କମ୍ପାନୀର କରୋନା ଔଷଧ । ରେମିଡେସିବୀରକୁ ସିପ୍ରମି ନାଁରେ ବଜାରକୁ ଆଣିବାକୁ ଡିସିଜିଆଇଙ୍କ ଅନୁମତି

2,716

କନକ ବ୍ୟୁରୋ : ଦେଶରେ କରୋନା ସଂକ୍ରମଣ ହାର ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ଆଉ ଏହାରି ଭିତରେ କରୋନାର ଭୂତାଣୁର ଚିକିତ୍ସା ପାଇଁ ଗ୍ଲେନମାର୍କ ପରେ ସିପ୍ଲା ଲଂଚ କରି ସିପ୍ରମି ନାମକ ଔଷଧ  । ଏହାର ବ୍ୟବହାର ପାଇଁ ସରକାର ସିପ୍ଲାକୁ ଅନୁମତି ଦେଇଛନ୍ତି । ସିପ୍ଲାକୁ ଡ୍ରଗ୍ କଂଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ ବା ଡିସିଜିଆଇ ଜରିଆରେ ରେମଡେସିବୀର ଔଷଧ ବଜାରକୁ ଛାଡିବାକୁ ଅନୁମତି ମିଳି ଯାଇଛି । ଅନୁମତି ପାଇବା ପରେ ସିପ୍ଲା ଏହାକୁ ସିପ୍ରମି ନାମରେ ବଜାରକୁ ଛାଡିବ । କୋଭିଡ୍-୧୯ରେ ସଂକ୍ରମିତ ଗୁରୁତ୍ୱର ରୋଗୀଙ୍କ କ୍ଷେତ୍ରରେ ଏହି ଔଷଧର ବ୍ୟବହାର କରାଯିବ ।

ଆମେରିକାର ଏଫଡିଏ, ଅତ୍ୟନ୍ତ ଜରୁରୀ ପରିସ୍ଥିତିରେ ଗିଲିୟଡ ସାଇସେଜର ରେମଡେସିବୀରକୁ କରୋନା ଭୂତାଣୁର ଚିକିତ୍ସା ପାଇ ବ୍ୟବହାର କରିବାକୁ ଅନୁମତି ଦେଇଛି । ଏହାପରେ ମେ ମାସରେ ଗିଲିୟଡ ସାଇସେଜ ସିପ୍ଲାକୁ ଏହି ଔଷଧ ପ୍ରସ୍ତୁତ ଓ ବିପଣନ କରିବା ପାଇଁ ଅନୁମତି ଦେଇଥିଲା । ବର୍ତ୍ତମାନ ସିପ୍ଲା ପକ୍ଷରୁ ରିସ୍କ ମ୍ୟାନେଜମେଂଟ ପ୍ଲାନ ଅନୁସାରେ ସିପ୍ରମି ଔଷଧକୁ ବ୍ୟବହାର କରିବା ପାଇଁ ପ୍ରଶିକ୍ଷଣ ଦିଆଯିବ । ଏବଂ ରୋଗୀର ସହମତିରେ ଏହାକୁ ବ୍ୟବହାର କରାଯିବ ।

ଅନ୍ୟପଟେ ଭାରତୀୟ ଔଷଧ ନିର୍ମାତା କମ୍ପାନୀ ଗ୍ଲୋନ୍ମାର୍କ କରୋନା ରୋଗର ଚିକିତ୍ସା ପାଇଁ ବଜାରକୁ ଆଣିଛି ଔଷଧ । ଏହି ଔଷଧର ନାଁ ରହିଛି ଫାବି-ଫ୍ଲୁ । କମ୍ପାନୀ ଦାବି କହିଛି- କରୋନା ଭୁତାଣୁ ଦ୍ୱାରା କମ୍ କିମ୍ବା ମଧ୍ୟମ ଧରଣର ଆକ୍ରାନ୍ତ ହୋଇଥିଲେ ଏହି ଔଷଧ ଖାଇପାରିବେ । ଏହା ୮୮ ପ୍ରତିଶତ ଯାଏଁ ଫଳପ୍ରଦ ବୋଲି କଂପାନୀ ପକ୍ଷରୁ କୁହାଯାଇଛି ।