ନ୍ୟଜିଲାଣ୍ଡର ଖ୍ରୀଷ୍ଟଚର୍ଚ୍ଚର ମସଜିଦରେ ଗୁଳିମାଡ଼ ! ଅନେକ ମୃତାହତ ଆଶଙ୍କା, ଅଳ୍ପକେ ବର୍ତ୍ତିଲେ ବାଙ୍ଗଲାଦେଶର କ୍ରିକେଟ ଖେଳାଳି

204

କନକ ବ୍ୟୁରୋ : ନ୍ୟୁଜିଲାଣ୍ଡର ଖ୍ରୀଷ୍ଟଚର୍ଚ୍ଚର ଏକ ମସଜିଦିରେ ଗୁଳିମାଡ଼ ହୋଇଛି । ଏଥିରେ ୬ ଜଣଙ୍କ ମୃତ୍ୟୁ ହୋଇଛି । ତେବେ ଗୁଳିକାଣ୍ଡରେ ଅଳ୍ପକେ ବର୍ତ୍ତି ଯାଇଛି ନ୍ୟୁଜିଲାଣ୍ଡ ଗସ୍ତରେ ଯାଇଥିବା ବାଂଲାଦେଶ କ୍ରିକେଟ୍ ଟିମ୍ । ନ୍ୟୁଜିଲାଣ୍ଡ ଗସ୍ତରେ ଥିବା ବେଳେ ବାଂଲାଦେଶ କ୍ରିକେଟ୍ ଟିମ୍ ମସଜିଦକୁ ନମାଜ କରିବାକୁ ଯାଇଥିବା ଗୁଳିକାଣ୍ଡ ଘଟିଥିଲା । ପ୍ରଥମେ ଦୁର୍ବୁତ  ମସଜିଦ ଉପରକୁ ଗୁଳିମାଡ କରିଥିଲେ । ଅଟୋ ମେଟିକ୍ ଗନରୁ ଗୁଳିମାଡ ପରେ ଅନେକ ମୃତାହତ ହୋଇଥିବା ସୂଚନା ମିଳିଛି ।

ତେବେ ଏହି ଗୁଳିମାଡ ସମୟରେ ଅଲନୁର ମସଜିଦକୁ ନମାଜ ପାଇଁ ଆସିଥିଲେ ବାଂଲାଦେଶ କ୍ରିକେଟ୍ ଟିମ୍ ଖେଳାଳି । ତେବେ ବାଂଲାଦେଶ କ୍ରିକେଟ୍ ଟିମ୍ ଖେଳାଳି ସୁରକ୍ଷିତ ଥିବା ଜଣାପଡିଛି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ମୁହଁରେ କଳା କପଡା ବାନ୍ଧି , ହେଲମେଟ୍ ଲଗାଇ ଦୁର୍ବୁତ ଏହି କାଣ୍ଡ ଘଟାଇଥିଲା । ନ୍ୟୁଜିଲାଣ୍ଡର ଖ୍ରୀଷ୍ଟଚର୍ଚ ଅଂଚଳରେ ଏହି ଗୁଳିକାଣ୍ଡ ଘଟିଛି । ନ୍ୟୁଜିଲାଣ୍ଡ ଇତିହାସରେ ଏହା ଏକ କଳାଦିନବୋଲି କହିଛନ୍ତି ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ।

ନ୍ୟୁଜିଲାଣ୍ଡ ପୋଲିସର ବୟାନ ଅନୁସାରେ କ୍ରାଇଷ୍ଟଚର୍ଚ୍ଚରେ ସ୍ଥିତି ଗମ୍ଭୀର ହୋଇପଡ଼ିଛି । ସ୍ଥିତି ସମ୍ଭାଳିବା ପାଇଁ ପୋଇିସି ଯଥାସମ୍ଭବ ଚେଷ୍ଟା କରୁଛି । ହେଲେ ଏବେ ବି ସ୍ଥିତି ଅଣାୟତ ରହିଛି । ଅନ୍ୟପଟେ ଗୁଳିମାଡ଼ ପରେ ଆଖପାଖରେ ଥିବା ସମସ୍ତ ମସଜିଦକୁ ଖାଲି କରିଦିଆଯାଇଛି ।

ବାଙ୍ଗଲାଦେଶ କ୍ରିକେଟର ଟିମର ଜଣେ ଖିଲାଡ଼ି ଟ୍ୱିଟ ଜରିଆରେ ସୂଚନା ଦେଇଛନ୍ତି ଗୁଲିମାଳଡ଼ୁ ଅଳ୍ପକେ ବର୍ତ୍ତିଯାଇଛି ବାଙ୍ଗଲାଦେଶ ଟିମ୍ । ଗୁଳିମାଡ଼ ପରେ ସମସ୍ତ ସ୍କୁଲ ଓ ସହରକୁ ବନ୍ଦ କରିଦିଆଯାଇଛି । ଏହାସହ କୌଣସି ସନ୍ଧିଗ୍ଧ ଗତିବିଧ ବିଷୟରେ ସୂଚନା ପାଇଲେ ତୁରନ୍ତ ପୋଲିସକୁ ଜଣାଇବା ପାଇଁ ପରାମର୍ଶ ଦିଆଯାଉଛି ।