କନକ ବ୍ୟୁରୋ : ଗାଁ ଲୋକଙ୍କ ଆକ୍ରୋଶର ଶିକାର ହେଲେ ପୋଲିସ । ପୋଲିସକୁ ଗୋଡାଇ ଗୋଡାଇ ଆକ୍ରମଣ କରିବା ସହ ଗାଡି ଭଙ୍ଗାରୁଜା କରିଛନ୍ତି ଉତ୍ତ୍ୟକ୍ତ ଲୋକେ । ଏଭଳି ଘଟଣା ଘଟିଛି ମାଲକାନଗିରିର ସ୍ୱାଭିମାନ ଅଂଚଳରେ । ଦୁଇଦିନ ତଳେ ସ୍ୱାଭିମାନ ଅଂଚଳର ପାପରମେଟାଲ ପଂଚାୟତ ଯନ୍ତାବାଇ ଗାଁ ମୁଣ୍ଡରେ ଥିବା ଅଙ୍ଗନବାଡି କେନ୍ଦ୍ରର ରୋଷେଇ ଘରୁ ମୃତଦେହ ମିଳିଥିଲା । ମୃତକ ଜଣକ ଧୁଳିପୁଟ ପଂଚାୟତର ରାଙ୍ଗନିଗୁଡା ଗାଁର ରାଜୁ ହାନ୍ତାଳ ବୋଲି ଜଣାପଡିଥିଲା । ଏହାକୁ ନେଇ ତାତିଥିଲେ ଲୋକେ ।
ସେମାନେ ଅଭିଯୋଗ କରିଥିଲେ ବିଏସଏଫ ଯବାନ ରାଜୁଙ୍କୁ ଡାକି ନେଇଥିଲେ । ଗତକାଲି ବ୍ୟବଚ୍ଛେଦ ପରେ ମୃତକଙ୍କୁ ଶବ ହସ୍ତାନ୍ତର ପାଇଁ ଯାଇଥିଲାବେଳେ ପୋଲିସ, ଲୋକଙ୍କ ଆକ୍ରୋଶର ଶିକାର ହୋଇଥିଲେ । ଗାଁ ଲୋକେ ପୁଲିସକୁ ଗୋଡାଇ ଗୋଡାଇ ଆକ୍ରମଣ କରିବା ସହ ଢେଲାପଥର ମାଡ କରିଥିଲେ । କିଛି ବିଏସଫ ଯବାନ ମଧ୍ୟ ଏଥିରୁ ବର୍ତି ନଥିଲେ । ଏଥିରେ ୪ ଜଣ ଯବାନ ଆହତ ହୋଇଛନ୍ତି । ଲୋକେ ପୋଲିସ ଗାଡିକୁ ମଧ୍ୟ ଭଙ୍ଗାରୁଜା କରିଛନ୍ତି । ଶେଷରେ ମୃତକଙ୍କ ଶବକୁ ଗ୍ରହଣ କରିଛନ୍ତି ଗାଁ ଲୋକେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/09/11.png)
/kanak/media/post_attachments/wp-content/uploads/2019/09/3-300x154.png)