ନୀତିରେ ପରିବର୍ତ୍ତନ ନା ଷଡ଼ଯନ୍ତ୍ର ! ପ୍ରଥମ ଥର ପାଇଁ ପିଓକେକୁ ଭାରତର ଅଂଶ ବୋଲି ମାନିଲା ଚୀନ୍

204

କନକ ବ୍ୟୁରୋ : ଭାରତକୁ ନେଇ ଚୀନ ନୀତିରେ ପରିବର୍ତ୍ତନ ଆସିଛି ବୋଲି ସଙ୍କେତ ମିଳିଛି । ଚୀନ ପ୍ରଥମ ଥର ପାଇଁ ପାକିସ୍ତାନ କବଜାରେ ଥିବା କାଶ୍ମୀର (ପିଓକେ)କୁ ଭାରତର ଅଂଶ ବୋଲି ମାନିଛି । ସରକାରୀ ଚ୍ୟାନେଏ ସିଜିଟିଏନ୍ ନିଜର ରିପୋର୍ଟରେ ପିଓକେକୁ ଭାରତ ନକ୍ସାରେ ଦେଖାଇଛି । ଏବେ ପର୍ଯ୍ୟନ୍ତ ପିଓକେକୁ ପାକିସ୍ତାନର ଅଂଶ ବୋଲି ଦର୍ଶାଯାଉଥିଲା ଚୀନ୍ । ଆଉ ଏନେଇ ଭାରତ ଲଗାତାର ଚୀନ ନୀତିକୁ ବିରୋଧ ମଧ୍ୟ କରୁଥିଲା ।

source : Blasphemy.ie

ସରକାରୀ ଚ୍ୟାନେଲ ସିଟିଜିଏନ ଶୁକ୍ରବାର ଦିନ କରାଚିର ଚୀନ ବାଣିଜ୍ୟ ଦୂତାବାସରେ ଆତ୍ମଘାତୀ ଆକ୍ରମଣର ଖବର ଦେଖାଇ ପିଓକେକୁ ଭାରତୀୟ ନକ୍ସାରେ ଥିବା ଦର୍ଶାଇଛି । ନକ୍ସାରେ ପୁରା ଜମ୍ମୁ-କଶ୍ମୀର ଭାରତୀର ଅଂଶ ବୋଲି କହିଛି ଚୀନ୍ । ତେବେ କିଛି ସ୍ପଷ୍ଟ ହୋଇନି ଚ୍ୟାନେଲର ଏହି ପଦକ୍ଷେପ ନୀତିରେ କୌଣସି ବିଶେଷ ପରିବର୍ତ୍ତନ ଯୋଗୁଁ ହୋଇଛି ନା ଭୁଲରେ ହୋଇଛି । ତେବେ ସୂଚନା ଅନୁସାରେ ଚୀନର ସରକାରୀ ଚ୍ୟାନେଲ ଏହି ପ୍ରକାର ଭୁଲ କୌଣସି ପ୍ରକାରେ କରିପାରିବ ନାହିଁ । କାରଣ ସରକାରଙ୍କ ନିର୍ଦ୍ଦେଶ ବିନା ଏହି ପ୍ରକାର କୌଣସି ରିପୋର୍ଟ ଦେଖାଇବା ସମ୍ଭବ ନୁହେଁ ।

ପିଓକେକୁ ଭାରତର ଅଂଶ ମାନିବା ପରେ ଚୀନ-ପାକିସ୍ତାନ ମଧ୍ୟରେ ଅନେକ ପରିଯୋଜନା ଉପରେ ପ୍ରଭାବ ପଡ଼ିପାରେ । କାରଣ ଏହାର ଏକ ବଡ଼ ଅଂଶ ପିଓକେ ଦେଇ ଯାଉଛି । ଭାରତ ଏହି ପରିଯୋଜନା ନେଇ ପାକିସ୍ତାନ ଓ ଚୀନ୍ ବିରୋଧରେ ଆପତ୍ତି ମଧ୍ୟ ଜଣାଇଥିଲା ।