ବିମାନ ଉଡ଼ାଇବାର ସ୍ୱପ୍ନ ଥିଲା, କୃଷକ ନିଜେ ତିଆରି କଲେ ବିମାନ

297

ଚୀନର ଜଣେ ଚାଷୀଙ୍କର ଥିଲା ଅଜବ ଇଚ୍ଛା । ଚାଷୀ ଝୁ ୟୁଇ ବିମାନ ଉଡ଼ାଇବାର ସ୍ୱପ୍ନ ଦେଖୁଥିଲେ । କିନ୍ତୁ ଚାଷୀ ହୋଇଥିବାରୁ ତାଙ୍କର ସ୍ୱପ୍ନ ପୁରା ହୋଇପାରିନଥିଲା । ତେଣୁ ସେ ସ୍ୱପ୍ନକୁ ସାକାର କରିବା ପାଇଁ ନିଜେ ହିଁ ବିମାନ ତିଆରି କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ଆଉ ବିମାନ ତିଆରି ମଧ୍ୟ କରିଦେଲେ । ଏବେ ପର୍ଯ୍ୟନ୍ତ ଏୟାର ବସ ଏ୩୨୦ର ପ୍ରତିକୃତି ପାଖାପାଖି ପ୍ରସ୍ତୁତ ହୋଇଯାଇଛି । ତେବେ ସେ ତିଆରି କରିଥିବା ବିମାନ ଆକାଶରେ ଉଡ଼ିପାରିବ ନାହିଁ । ଏହି ବିମାନରେ ଲୋକଙ୍କୁ ଭୋଜନ ପରଷାଯାଇପାରିବ ।

ଝୁ ମାଧ୍ୟମିକ ଶିକ୍ଷା ପୁରା କରିନାହାନ୍ତି । ସେ ଜଣେ ରଶୁଣ ଓ ଅଦା ଚାଷୀ । ଚାଷ କରିବା ସଙ୍ଗେ ସେ ତାଙ୍କର ବିମାନ ଉଡ଼ାଇବାର ସ୍ୱପ୍ନକୁ ଭୁଲିନଥିଲେ । ଦିନେ ତାଙ୍କୁ ଲାଗିଲା ସେ ବିମାନ ଉଡ଼ାଇ ପାରିବେ ନାହିଁ ତେଣୁ ସେ ନିଜେ ବିମାନ ତିଆରି କରିବା ପାଇଁ ମନସ୍ଥ କରିଥିଲେ । ସ୍ୱପ୍ନକୁ ପୁରା କରିବା ପାଇଁ ସେ କାଇୟୁଆନର ଏକ ଫ୍ୟାକ୍ଟ୍ରିରେ ବିଲଡ଼ିଂରେ କାମ ଶିଖିଥିଲେ ଏବଂ ବିମାନ ତିଆରି କରିବା ପାଇଁ ନିଷ୍ପତି ନେଇଥିଲେ ।

ବିମାନ ତିଆରି କରିବା ପାଇଁ ଝୁଙ୍କୁ ଏକ ବର୍ଷ ସମୟ ଲାଗିଥିଲା । ବିମାନ ତିଆରି କରିବା ପାଇଁ ସେ ତାଙ୍କର ପୁରା ଜମାପୁଞ୍ଜି ଲଗାଇଦେଇଥିଲେ । ପୂର୍ବ ଚୀନରେ ଜମି ପାଖରେ ବୋଇଂ ପରି ଦେଖାଯାଉଥିିବା ବିମାନ ତିଆରି କରାଯାଇଥିଲା । ବିମାନ ତିଆରି ପାଇଁ ପାଖାପାଖି ୬୦ ଟନ୍ ଷ୍ଟିଲର ଉପଯୋଗ ହୋଇଛଇ । ତାଙ୍କ ପରି କିଛି ବିମାନ ଉଡ଼ାଇବାର ସ୍ୱପ୍ନ ଦେଖୁଥିବା ଶ୍ରମିକ ତାଙ୍କୁ ଏହି କାମରେ ସାହାଯ୍ୟ କରିଥିଲେ ।