କନକ ବ୍ୟୁରୋ : ଚୀନ୍ର ଉହାନ୍ ସହର ହେଉଛି କରୋନା ଭାଇରସ୍ର କେନ୍ଦ୍ର ସ୍ଥଳ । ଉହାନ୍ରୁ କରୋନା ଭାଇରସ୍ ଆରମ୍ଭ ହୋଇଛି । ଉହାନ୍ରେ କରୋନ ଭାଇରସ୍ଜନିତ ମୃତ୍ୟୁ ବଢ଼ୁଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ୨୦,୦୦୦ ଟିପିଛି । ତେବେ ଏହି କରୋନା ଭାଇରସ୍ର କେନ୍ଦ୍ରସ୍ଥଳ ଉହାନ୍ ଏବେ ବିଶ୍ବବ୍ୟାପୀ ବିଭିନ୍ନ ରାଷ୍ଟ୍ରର ମେଡିକାଲ ଆଶାୟୀଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ଉହାନ୍ରେ ଅଧିକାଂଶ ଭାରତୀୟ ମେଡିକାଲ ଛାତ୍ର ନାମ ଲେଖାଉଛନ୍ତି ।
୨୦୧୯ର ତଥ୍ୟ ଅନୁଯାୟୀ ଉହାନ୍ ସ୍ଥିତ ମେଡିକାଲ ସ୍କୁଲ୍ଗୁଡ଼ିକରେ ୨୧,୦୦୦ ଭାରତୀୟ ଛାତ୍ର ନାମ ଲେଖାଇଛନ୍ତି। ପ୍ରାୟ ୪୫ଟି ଶିକ୍ଷାନୁଷ୍ଠାନରେ ଭାରତୀୟ ଛାତ୍ରମାନେ ଅଧ୍ୟୟନ କରୁଛନ୍ତି । ଚୀନ୍ ଉହାନ୍ରେ ତା’ର ମେଡିକାଲ କାର୍ଯ୍ୟକ୍ରମକୁ ଅତ୍ୟନ୍ତ ଯୋଜନାବଦ୍ଧ ଭାବେ ପ୍ରଚାର କରାଇ ଭାରତୀୟ ଛାତ୍ରଙ୍କୁ ପ୍ରଭାବିତ କରିବାରେ ସକ୍ଷମ ହୋଇଛି । ଚୀନ୍ ପ୍ରଥମେ ଇଂରାଜିରେ ମେଡିକାଲ ଶିକ୍ଷା ଆରମ୍ଭ କଲାପରେ ଭାରତୀୟମାନଙ୍କର ଏଥିପ୍ରତି ଆଗ୍ରହ ବଢ଼ିଲା । ଅନ୍ୟ ରାଷ୍ଟ୍ରର ଛାତ୍ରମାନେ ମଧ୍ୟ ଚୀନ୍ରେ ମେଡିକାଲ ସ୍କୁଲ୍ ଓ କଲେଜ୍ଗୁଡ଼ିକରେ ନାମ ଲେଖାଇବାକୁ ଆଗ୍ରହ ଦେଖାଉଛନ୍ତି ।