ଚୀନରେ ବଲିଉଡ୍ ଧୁନ୍ ! ମୋଦିଙ୍କ ଗସ୍ତରେ ବାଜିଥିଲା ‘ୟେ ୱାଦା ରହା’ ଗୀତ, ଖୁସି ପ୍ରକାଶ କଲେ ଆଶା ଭୋସଲେଁ

37

ଚୀନରେ ବାଜିଲା ବଲିଉଡ ଧୁନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୁଇ ଦିନିଆ ଚୀନ ଗସ୍ତ ସମୟରେ ତାଙ୍କ ଆତିଥ୍ୟ ପାଇଁ ପରିବେଷଣ ହୋଇଥିଲା ଭାରତୀୟ ସଂଗୀତର ଧୁନ । ଚୀନର ଉହାନରେ ଯେତେବେଳେ ରାଷ୍ଟ୍ରପତି ସି-ଜିନପିଙ୍ଗଙ୍କୁ ସାକ୍ଷାର କରିଥିଲେ ମୋଦି ଏହି ସମୟରେ ପରିବେଷଣ ହୋଇଥିଲା ମ୍ୟୁଜିକ କନସର୍ଟ । ଆଉ ଗୀତର ଧୁନ ଥିଲା ବଲିଉଡର ପପୁଲାର ଫିଲ୍ମ ୱାଦା ରାହା ଚଳଚ୍ଚିତ୍ରର ଟାଇଟଲ ସଙ୍ଗ ।

୯୦ ଦଶରକ ଏହି ଗୀତକୁ ପଂଚମ ଦା ଅର୍ଥାତ ଆରଡି ବର୍ମନଙ୍କ ସ୍ୱର ସଂଯୋଜନାରେ ଗାଇଥିଲେ ଭର୍ସାଟାଇଲ ସିଙ୍ଗର ଆଶା ଭୋସଲେ । ଚୀନ ମାଟିରେ ହିନ୍ଦୀ ଗୀତର ଧୁନ ବାଜିବା ଦୁଇ ଦେଶ ମଧ୍ୟରେ ବଢୁଥିବା ବନ୍ଧୁତାର ପ୍ରମାଣ ଥିଲା । ରାଷ୍ଟ୍ରପତି ସି-ଜିନପିଙ୍ଗ ମଧ୍ୟ ଅନେକ ବଲିଉଡ ଫିଲ୍ମ ଦେଖିଥିବା ମୋଦିଙ୍କୁ ଜଣାଇଥିଲେ । ଚୀନରେ ଆୟୋଜିତ ଏହି ଅନୌପଚାରିକ ସମ୍ମିଳନୀରେ ଦୁଇଦେଶ ମଧ୍ୟରେ ଯେଉଁ ସହମତି ହୋଇଛି, ତା ଭିତରେ ଭାରତୀୟ ଫିଲ୍ମ ଚୀନରେ ଓ ଚୀନ ଫିଲ୍ମ ଭାରତରେ ପ୍ରଦର୍ଶିତ ହେବା ଧାର୍ଯ୍ୟ ହୋଇଛି ।