ଧୋକା ଦେଲା ଚୀନ୍ ! ଡୋକଲାମରେ ପୁଣି ଥରେ ଜମା ହେଉଛନ୍ତି ଚୀନ ସେନା

41

କନକ ବ୍ୟୁରୋ : ଡ୍ରାଗନ ପୁଣି ଥରେ ଭାରତକୁ ଧୋକା ଦେଉଛି । ଡୋକଲମାରେ ଦୀର୍ଘ ଦିନ ଧରି ଚାଲୁଥିବା ବିବାଦ ପରେ କିଛି ଦିନ ପୂର୍ବରୁ ଚୀନ ସେନା ପଛକୁ ହଟିଥିଲେ ।  କିନ୍ତୁ ଏବେ ସେମାନେ ତାଙ୍କୁ କଥାରୁ ଓହରି ଯାଇଛନ୍ତି । ଚୀନ ଡୋକଲାମରେ ନିଜର ସେନାରକୁ ପୁଣି ଜମା କରିବା ଆରମ୍ଭ କରିଦେଇଛି । ତେବେ ଏନେଇ ଚୀନ ସ ଭାରତ ମଧ୍ୟରେ ପୁଣି ଉତ୍ତେଜନା ସୃଷ୍ଟି ହୋଇପାରେ । ୭୩ ଦିନ ପର୍ଯ୍ୟନ୍ତ ଚାଲିଥିବା ଡୋକଲାମ ବିବାଦ ପରେ ଉଭୟ ଦେଶ ନିଜ ନିଜ ସେନା କୁ ପଛକୁଚ ହଟାଇ ଆଣିଥିଲେ । ଖବର ଅନୁସାରେ ଭାରତୀୟ ସେନା ଡୋକଲାମ ସୀମାରୁ ପଛକୁ ହଟିବା ପରେ ଚୀନା ସେନା ପୁଣି ଥରେ ସେଠରେ ଠୁଳ ହେଉଚନ୍ତି । ଚୀନ୍ ପୁଣି ଥରେ ସେଠାରେ ସଡ଼କ ନିର୍ବାଣ କରିବା ଆରମ୍ଭ କରିପାରେ ବୋଲି ଆଶଙ୍କା ହେଉଛି ।

ଯଦି ଏପରି ହୁଏ ତେବେ ଭାରତ ସହ ବଡ଼ ଧୋକା ହୋଇଛି । ସୂଚନାଯୋଗ୍ୟ ଡୋକଲାମ ଭୂଟାନ ଦେଶର ସୀମାରେ ଆସେ ଏବଂ ଚୀନ୍ ଏହାକୁ କବଜା କରିବା ପାଇଁ ଚାହେଁ । ଏଠାରୁ ମୁଖ୍ୟ ଭାରତ ଓ ପୂର୍ବ ଅଂଚଳର ରାଜ୍ୟକୁ ଯୋଡ଼ୁଥିବା ଅଂଶ ବହୁତ ପାଖାପାଖି ହୋଇଯିବ, ଯାହା ଭାରତ ପାଇଁ ଚିନ୍ତାର କାରଣ ।

ଡୋକଲାମ ଟ୍ରାଇଜକ୍ସନ ଠାରୁ ଅଳ୍ପ ଦୂରରେ ଜମା ହୋଇଛନ୍ତି ୫୦୦ ଚୀନ ସୈନିକ –
ଡୋକାଲାମ ସୀମାରେ ଚୀନ ସେନାର ଅବସ୍ଥିତି ପୁଣି ନଜର ଆସିଛି । ଏଥିଯୋଗୁଁ ଉଭୟ ଦେଶ ମଧ୍ୟ ପୁଣି ଉତ୍ତେଜନା ସୃଷ୍ଟି ହୋଇପାରେ । ଚୁମ୍ବୀ ଘାଟିରେ ଚୀନ ସେନା ପ୍ରଥମରୁ ହିଁ ଆସ୍ଥାନ ଜମାଇ ଥିଲେ । ଖବର ଅନୁସାରେ ଚୀନ ସେନା ସଂଖ୍ୟା ବଢ଼ିବାରେ ଲାଗିଛି । ସୂତ୍ର ଅନୁସାରେ ଯେଉଁ ସ୍ଥାନରେ ବିଗତ ଥର ବିବାଦ ଉପୁଜିଥିଲା , ସେଠାରୁ ଅଳ୍ପ କିଛି ଦୂରରେ ପାଖାପାଖି ୫୦୦ ଚୀନ ସୈନିକ ଜମା ହୋଇଛନ୍ତି ।

ପୁଣି ଥରେ ସଡ଼କ ତିଆରି କାମ ଆରମ୍ଭ କରିପାରେ ଚୀନ୍ –

ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି ଚୀନ ସୈନିକମାନେ ପୁଣି ଥରେ ସଡ଼କ ତିଆରି କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି । ଏହି ସ୍ଥାନ ଭାରତର ଚିକନ ନେକ କରିଡ଼ରରର ବହୁତ ପାଖାପାଖି । ଏହାପୂର୍ବରୁ ମଧ୍ୟ ଚୀନ ସେନା ଏହି ସ୍ଥାନରେ ସକ ତିଆରି କରୁଥିଲେ, ଯାହାକୁ ଭାରତୀୟ ସେନା ବନ୍ଦ କରିଦେଇଥିଲେ । ଏହାପରେ ଡୋକଲାମରେ ଉଭୟ ଦେଶର ସେନା ମଧ୍ୟରେ ଲମ୍ବା ସମୟ ଧରି ଉତ୍ତେଜନା ସୃଷ୍ଟି ହୋଇଥିଲା । ତେବେ ଡୋକଲାମ ସୀମାରେ ପୁଣି ଚୀନ ସେନା ମୁତୟନ ହେବା ଯୋଗୁଁ ଉଭୟ ଦେଶ ମଧ୍ୟରେ ପୁଣି ଥରେ ଉତ୍ତେଜନା ସୃଷ୍ଟି କରିବ ବୋଲି ଅନୁମାନ ହେଉଛି ।