ଆମେରିକା ଉପରେ ଆକ୍ରମଣ ଯୋଜନା କରୁଛି ଚୀନ୍ : ପେଂଟାଗନ ରିପୋର୍ଟରେ ପ୍ରକାଶ

Advertisment
ଆମେରିକା ଉପରେ ଆକ୍ରମଣ ଯୋଜନା କରୁଛି ଚୀନ୍ :  ପେଂଟାଗନ ରିପୋର୍ଟରେ ପ୍ରକାଶ

image courtesy-https://nypost.com

କନକ ବ୍ୟୁରୋ : ଆମେରିକା ଉପରେ ଚୀନର ଆଖି । ଆମେରିକା ଉପରେ ଚୀନ୍ ଆକ୍ରମଣ ଯୋଜନା କରୁଥିବା ନେଇ ପେଂଟାଗନ ପକ୍ଷରୁ ରିପୋର୍ଟ ପ୍ରକାଶ ପାଇଛି । ଆମେରିକା ଏବଂ ଏହାର ମିତ୍ର ରାଷ୍ଟ୍ରଗୁଡିକ ଉପରେ ଆକ୍ରମଣ କରିବାକୁ ଗତ କିଛି ବର୍ଷ ହେଲା ଚୀନ୍ ତାର ବମ୍ବର ଅପରେସନ ବଢାଇବା ସହ ତାଲିମ ଦେଉଥିବା ପେଂଟାଗନ ପକ୍ଷରୁ ପ୍ରକାଶ ପାଇଥିବା ରିପୋର୍ଟର ଉଲ୍ଲେଖ ରହିଛି । ବାଣିଜ୍ୟ ସମ୍ପର୍କରେ ଯୁକ୍ତରାଷ୍ଟ୍ର ଆମେରିକା ଓ ଚୀନ୍ ମଧ୍ୟରେ ଉତେଜନା ବୃଦ୍ଧି ପାଇଥିବା ବେଳେ ଏପରି ଆକଳନ କରିଛି ପେଂଟାଗନ । ଗତ କିଛି ବର୍ଷ ହେଲା ପିପୁଲସ ଲିବରେସନ ଆର୍ମି ଦ୍ରୁତ ଗତିରେ ଜଳରାଶି ଉପରେ ବୋମା ବର୍ଷଣ ଅଭିଯାନ ବଢାଇଛି । ବିପଜ୍ଜନକ ସାମୁଦ୍ରିକ ଅଂଚଳରୁ ଅଭିଜ୍ଞତା ହାସଲ କରି ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଏହାର ସହଯୋଗୀ ରାଷ୍ଟ୍ର ଗୁଡିକ ଉପରେ ଆକ୍ରମଣ କରିବାକୁ ସାମ୍ଭାବ୍ୟ ଯୋଜନା କରୁଥିବା ପେଂଟାଗନ ରିପୋର୍ଟରେ ଉଲ୍ଲେଖ ଅଛି ।

publive-image

ଯୁକ୍ତରାଷ୍ଟ୍ର ଆମେରିକା ଏବଂ ତାହାର ମିତ୍ର ରାଷ୍ଟ୍ରଗୁଡ଼ିକ ଉପରେ ଆକ୍ରମଣ କରିବାକୁ ନିକଟ ଅତୀତ ବର୍ଷମାନଙ୍କରେ ଚୀନ୍ ସେନା ତାହାର ବମ୍ବର୍ ଅପରେସନ୍ ବଢ଼ାଇବା ସହ ତାଲିମ ଦେଉଥିବା କଥା ଗୁରୁବାର ଦିନ ପ୍ରକାଶିତ ଏକ ରିପୋର୍ଟରେ ପେଣ୍ଟାଗନ୍ କହିଛି । ବାଣିଜ୍ୟ ସମ୍ବନ୍ଧରେ ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଚୀନ୍ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇ ଚାଲିଥିବା ବେଳେ ଏଭଳି ଆକଳନ କରିଛି ପେଣ୍ଟାଗନ୍ ।  ଗତ ତିନି ବର୍ଷ ହେବ ପିପଲ୍ସ୍ ଲିବେରେସନ୍ ଆର୍ମି ଦ୍ରୁତ ବେଗରେ ଜଳରାଶି ଉପରେ ବୋମାବର୍ଷଣ ଅଭିଯାନ ବଢ଼ାଇଛି । ବିପଜ୍ଜନକ ସାମୁଦ୍ରିକ ଅଞ୍ଚଳରୁ ଅଭିଜ୍ଞତା ହାସଲ କରି ଯୁକ୍ତରାଷ୍ଟ୍ର ଆମେରିକା ଏବଂ ତା’ର ମିତ୍ର ରାଷ୍ଟ୍ରଗୁଡ଼ିକ ଉପରେ ଆକ୍ରମଣ କରିବାକୁ ସମ୍ଭାବ୍ୟ ଯୋଜନ କରୁଥିବା କଥା ରିପୋର୍ଟରେ ଉଲ୍ଲେଖ ଅଛି।ରିପୋର୍ଟରେ ପୁଣି କୁହାଯାଇଛି କି, ପିପଲ୍ସ୍ ଲିବେରେସନ୍ ଆର୍ମି ଅଭିଯାନ ସୀମା ବଢ଼ାଇ ଚାଲିଥିବା ବେଳେ ବେଜିଙ୍ଗ୍ ଆଭିମୁଖ୍ୟ କ’ଣ ତାହା ସ୍ପଷ୍ଟ ଜଣାପଡ଼ି ନାହିଁ ।ଏ ସମ୍ପର୍କରେ ଓ୍ଵାସିଂଟନସ୍ଥିତ ଚୀନ୍ ଦୂତାବାସରୁ ତୁରନ୍ତ କୌଣସି ମନ୍ତବ୍ୟ ପାଇଁ ଯୋଗାଯୋଗ କରାଯାଇ ନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe