ଚୀନର ବନ୍ଧୁ ପ୍ରୀତି ! ପାକିସ୍ତାନ ପାଇଁ ତିଆରି କରୁଛି ଉନ୍ନତ ଧରଣର ଯୁଦ୍ଧପୋତ

ଚୀନର ବନ୍ଧୁ ପ୍ରୀତି ! ପାକିସ୍ତାନ ପାଇଁ ତିଆରି କରୁଛି ଉନ୍ନତ ଧରଣର ଯୁଦ୍ଧପୋତ

image courtesy-https://www.punjabkesari.in

କନକ ବ୍ୟୁରୋ : ଚୀନ ବନ୍ଧୁ ଦେଶ ପାକିସ୍ତାନ ପାଇଁ ତିଆରି କରୁଛି ଅତି ଉନ୍ନତ ମାନର ଯୁଦ୍ଧପୋତ । ଯାହା ଭାରତ ପାଇଁ ଚିନ୍ତାର ବିଷୟ ହୋଇପାରେ । ପ୍ରମୁଖ ଦ୍ୱିପାକ୍ଷିକ ଅସ୍ତ୍ରଶସ୍ତ୍ର ରାଜିନାମାର ଅଂଶସ୍ୱରୂପ ଚୀନ୍‌ ପାକିସ୍ତାନ ପାଇଁ ଗୋଟିଏ ସର୍ବାଧୁନିକ ନୌବାହିନୀ ଯୁଦ୍ଧପୋତ ନିର୍ମାଣ କରୁଛି । ଅନ୍ୟାନ୍ୟ କାରଣ ମଧ୍ୟରେ ଭାରତ ମହାସାଗରରେ ‘ରଣନୀତି କ୍ଷମତା’ର ସନ୍ତୁଳନ ରକ୍ଷା ପାଇଁ ଏହା ଆବଶ୍ୟକ ବୋଲି ଚୀନ୍‌ର ରାଷ୍ଟ୍ରାୟତ ଗଣମାଧ୍ୟମ କହିଛି ।

publive-image

ମଡର୍ଣ୍ଣ ଡିଟେକ୍‌ସନ୍‌ ଆଣ୍ଡ୍‌ ଉଇପନ୍‌ ସିଷ୍ଟମ୍‌ର ବ୍ୟବସ୍ଥା ଥିବା ଏହି ଯୁଦ୍ଧପୋତ ଜାହାଜ, ବୁଡ଼ାଜାହାଜ ଏବଂ ନୌବାହିନୀ ଆକ୍ରମଣକୁ ପ୍ରତିହତ କରି ପାରିବ ବୋଲି ଚୀନ୍‌ ଷ୍ଟେଟ୍‌ ସିପ୍‌ ବିଲ୍‌ଡିଙ୍ଗ୍‌ କର୍ପୋରେସନ୍‌ର (ସିଏସ୍‌ଏସ୍‌ସି) କଥାକୁ ଉଦ୍ଧାର କରି ଉକ୍ତ ଗଣମାଧ୍ୟମ କହିଛି । ଜାହାଜର ପ୍ରକାର କଥା ’ସିଏସ୍‌ଏସ୍‌ସି’ ନିର୍ଦ୍ଦିଷ୍ଟ କରି କହି ନ ଥିଲେ ବି ସଙ୍ଘାଇ ସ୍ଥିତ ହୁଡୋଙ୍ଗ୍‌-ଝୋଙ୍ଘୁଆ ସିପ୍‌ୟାର୍ଡରେ ତାହା ନିର୍ମାଣ ହେଉଛି ।

publive-image

ରିପୋର୍ଟ ଅନୁସାରେ ଏହି ଯୁଦ୍ଧପୋତ ପାକିସ୍ତାନୀ ନୌସେନା ରୁ ସବୁଠାରୁ ବଡ଼ ଫ୍ଲାଟଫର୍ମ ହେବ । ଏହି ଯୁଦ୍ଧପୋତ ମିଳିବା ପରେ ପାକିସ୍ତାନର ନୌସେନାର ଶକ୍ତି ଦୁଇଗଣା ହୋଇଯିବ ବୋଲି ଆକଳନ କରାଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe