ପିଲାମାନଙ୍କ ପାଇଁ ମାରାତ୍ମକ ସାବ୍ୟସ୍ତ ହେଲେ ‘ବଜରଙ୍ଗୀ ଭାଇଜାନ’ ! ଦୁଇ ମୃତ ଓ ୫ ଗୁରୁତର

50

ବଲିଉଡ ଭାଇଜାନ ସଲମାନ ଖାନଙ୍କ ସିନେମାର ଫଟୋ ଥିବା ଚୁର୍ଣ୍ଣ ଖାଇବା, ଛୋଟ ଛୋଟ ପିଲାମାନଙ୍କ ପାଇଁ ମାରାତ୍ମକ ସାବ୍ୟସ୍ତ ହୋଇଛି । ‘ବଜରଙ୍ଗୀ ଭାଇଜାନ’ ନାମରେ ବିକ୍ରି ହେଉଥିବା ଏହି ଚୁର୍ଣ୍ଣ ଖାଇବା ପରେ ଉତ୍ତରପ୍ରଦେଣର ଜୌନପୁରରେ ୨ ଜଣଙ୍କ ମୃତ୍ୟୁ ହେବା ସହ ୫ ଜଣଙ୍କ ଅବସ୍ଥା ଗୁୁରୁତର ରହିଛି । ଏମିତି ଏକ ଖବର ପ୍ରକାଶ ପାଇଛି ଅମର ଉଜାଲାରେ ।

ଏହି ବିଷାକ୍ତ ଚୁର୍ଣ୍ଣ ଖାଇ ଶୁକ୍ରବାର ଦିନ ଦୁଇ ଶିଶୁଙ୍କର ମୃତ୍ୟୁ ଯାଇଯାଇଥିଲା ଏବଂ ଅନ୍ୟ ୫ ଜଣ ଶିଶୁକୁ ଅବସ୍ଥା ଏତେ ଖରାପ ହେଲା ଯେ ସେମାନଙ୍କୁ ଲକ୍ଷ୍ନୌ ଟ୍ରୋମା ସେଣ୍ଟରରେ ଭର୍ତ୍ତି କରାଯାଇଛି । ‘ବଜରଙ୍ଗୀ ଭାଇଜାନ’ଙ୍କ ନାଁ ରେ ବିକ୍ରିି ହେଉଥିବା ଏହି ଚୁର୍ଣ୍ଣ ପ୍ୟାକଟରେ ସଲମାନଙ୍କ ଚର୍ଚ୍ଚିତ ସିନେମା ‘ବଜରଙ୍ଗୀ ଭାଇଜାନ’ରେ ସଲମାନ ଝିଅକୁ ଉଠାଇ କାନ୍ଧରେ ଧରିଥିବା ଫଟୋଟି ରହିଛି ।

ଏ ଖବର ପ୍ରଘଟ ପରେ ପୋଲିସ ଚୁର୍ଣ୍ଣ ବିକ୍ରି କରୁଥିବା ମହିଳା ଓ ଜଣେ ଏଜେଣ୍ଟ ବିରୋଧରେ ହତ୍ୟା ମାମଲା ରୁଜୁ କରିଛି । ଏହାସହ ଦୁଇ ଅଭିଯୁକ୍ତଙ୍କୁକୁ ଗିରଫ ମଧ୍ୟ କରିଛି ପୋଲିସ । ଖବର ଅନୁସାରେ ଶୁକ୍ରବାର ସଂନ୍ଧ୍ୟା ପ୍ରାୟ ୫ ଟା ୩୦ରେ କିଛି ପିଲା ଦେକାନରୁ ଏହି ବିଷାକ୍ତ ଚୁର୍ଣ୍ଣ କିଣି ଖାଇଥିଲେ । ଚୁର୍ଣ୍ଣ ଖାଇବାର କିଛି ସମୟେ ପରେ ପିଲାମାନେ ବାନ୍ତି ହୋଇଥିଲା ଓ ସେମାନଙ୍କ ପାଟିରୁ ଫେଣ ବାହାରି ବାରେ ଲାଗିଲା ।

ଏବଂ ସମସ୍ତେ ବେହୋଶ ହୋଇଯାଇଥିଲେ । ଏହାଦେଖି ପରିବାର ଲୋକ ବ୍ୟସ୍ତ ହୋଇଯାଇଥିଲେ । ଏବେ ଖବରରୁ ଜଣାପଡିଛି ଏହି ବିଷାକ୍ତ ଚୁର୍ଣ୍ଣ କିପରି ଓ କେଉଁ କାରକାନାରେ ତିଆରି ହେଉଛି ତାହା ପ୍ୟାକେଟରେ ଉଲ୍ଲେଖ ହୋଇନାହିଁ । ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଲା ଏହି ଚୁର୍ଣ୍ଣ ପ୍ୟାକେଟ ଉପରେ ନା ରହିଛି ମାନୁଫାକ୍ଚରିଂ ତାରିଖ ନା ଲେଖା ହୋଇଛି ଏକ୍ସପାଇରି ତାରିଖ । ।