କନକ ବ୍ୟୁରୋ : ଉପରକୁ ଉଠୁଛି ରାଜ୍ୟ ଅର୍ଥନୀତି । ଗତ ବର୍ଷ ତୁଳନାରେ ଚଳିତ ବର୍ଷ ୧ ପ୍ରତିଶତ ଅଭିବୃଦ୍ଧି ହାର ବୃଦ୍ଧି ପାଇଛି । ରାଜ୍ୟର ଅଭିବୃଦ୍ଧି ହାର ବଢ଼ିଛି । ୨୦୧୮-୧୯ ଆର୍ଥିକ ବର୍ଷରେ ବଢ଼ିଲା ରାଜ୍ୟ ଅଭିବୃ୍ଦ୍ଧି ହାର । ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରକାଶ ପାଇଛି ଅର୍ଥନୈତିକ ସର୍ଭେ ରିପୋର୍ଟ । ରାଜ୍ୟ ଅଭିବୃଦ୍ଧି ହାର ୮.୪ ପ୍ରତିଶତ ବଢ଼ିଛି । ୨୦୧୭-୧୮ ବର୍ଷରେ ୭.୪ ପ୍ରତିଶତ ରହିଥିଲା ଓଡ଼ିଶାର ଅଭିବୃଦ୍ଧି ହାର । ବିଧାନସଭାରେ ଉପସ୍ଥାପିତ ହୋଇଥିବା ଅର୍ଥନୈତିକ ସର୍ଭେ ରିପୋର୍ଟରୁ ଏହି ତଥ୍ୟ ସାମ୍ନାକୁ ଆସିଛି । ହରିୟାଣା, ପଞ୍ଜାବ, କେରଳ, ଛତିଶଗଡ଼ ଓ ମଧ୍ୟପ୍ରଦେଶ ଠାରୁ ଓଡ଼ିଶାର ଅଭିବୃଦ୍ଧି ହାର ଅଧିକ ରହିଛି ।
୨୦୧୮-୧୯ ଆର୍ଥିକ ବର୍ଷରେ ଅର୍ଥନୈତିକ ଅଭିବୃଦ୍ଧି ହାର ୭.୪%ରୁ ୮.୪%କୁ ବୃଦ୍ଧି ପାଇଛି ।କୃଷି, ଶିଳ୍ପ, ସେବା କ୍ଷେତ୍ରରେ ଅର୍ଥନୈତିକ ଅଭିବୃଦ୍ଧି ଘଟିଛି । କୃଷି କ୍ଷେତ୍ରରେ ୪୮ ପ୍ରତିଶତ ଶ୍ରମିକ ନିଯୁକ୍ତ ପାଇଥିବା ରିପୋର୍ଟରେ ଉଲ୍ଲେଖ ହୋଇଛି । ସ୍ୱାସ୍ଥ୍ୟ, ଜୀବନ ଧାରଣ ମାନ ଓ ନିରାପତ୍ତା କ୍ଷେତ୍ରରେ ବିକାଶ ହୋଇଛି । ଖଣିଜ ପଦାର୍ଥ ଉତ୍ତୋଳନରେ ୧୦.୮ ପ୍ରତିଶତ ବୃଦ୍ଧି ହୋଇଛି । ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷାରେ ବ୍ୟାପକ ଉନ୍ନତି ଆସିଛି । ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ଶିଶୁ ମୃତ୍ୟୁ ହାର କମ୍ ରହିଛି ।
ଓଡ଼ିଶାରେ ସାକ୍ଷରତା ହାର ବିଗତ ଦଶନ୍ଧିରେ ଦ୍ରୁତ ଗତିରେ ବୃଦ୍ଧି ପାଇଛି । ୨୦୧୧ ଜନଗଣନା ଅନୁସାରେ ସାକ୍ଷରତା ହାର ୭୨.୯ ପ୍ରତିଶତ ବୃଦ୍ଧି ପାଇଛି । ଅର୍ଥନୈତିକ ଅଭିବୃଦ୍ଧିରେ ଶିଳ୍ପର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଏହି କ୍ରମରେ ଆଲୁମିନିୟନ୍ ଓ ଷ୍ଟେନଲେସ୍ ଷ୍ଟିଲ୍ ଉତ୍ପାଦନରେ ଓଡ଼ିଶା ପ୍ରଥମ ସ୍ଥାନରେ ରହିଛି। ସର୍ବଭାରତୀୟ ସ୍ତର ଉତ୍ପାଦନରେ ଓଡ଼ିଶାର ଭାଗୀଦାରୀତା ବଢ଼ିଛି । ନୀତି ଆୟୋଗର ୨୦୧୮ ରିପୋର୍ଟରେ ଓଡ଼ିଶା ଫରଫର୍ମର ଷ୍ଟେଟ୍ ବୋଲି ଉଲ୍ଲେଖ କରାଯାଇଛି । ରାଜ୍ୟ ଜିଡିପି ହାର ଜାତୀୟ ହାରଠୁ ଅଧିକ ରହିଛି।