ପାଣିଟାଙ୍କିରୁ ମିଳିଲା ୯ମାସର ଶିଶୁ କନ୍ୟାର ମୃତଦେହ । ହତ୍ୟା ଅଭିଯୋଗ ଆଣିଲେ ଶିଶୁର ମାମୁଁ, ସନ୍ଦେହରେ ଜେଜେମା ଅଟକ । ଛାନଭିନ କରୁଛି ଭଦ୍ରକ ଚାନ୍ଦବାଲି ପୋଲିସ ।

955

କନକ ବ୍ୟୁରୋ : ପାଣିଟାଙ୍କିରୁ ମିଳିଲା ୯ମାସର ଶିଶୁ କନ୍ୟାର ମୃତଦେହ । ସନ୍ଦେହରେ ଜେଜେମାଙ୍କୁ ଅଟକ ରଖିଛି ପୋଲିସ । ଭଦ୍ରକ ଚାନ୍ଦବାଲିର ପୋତାପୋଖରୀ ଗାଁର ରାଜେନ୍ଦ୍ର ବେହେରାଙ୍କ ୯ମାସର ଶିଶୁକନ୍ୟାର ମୃତଦେହ ଘର ଉପରେ ଥିବା ପାଣିଟାଙ୍କିରୁ ଉଦ୍ଧାର କରାଯାଇଛି । ଶିଶୁକୁ ଉଦ୍ଧାର କରାଯିବା ପରେ ଡାକ୍ତରଖାନା ନିଆଯାଇଥିଲା ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ତେବେ ଶିଶୁଟିକୁ ଯୋଜନା ବଦ୍ଧ ଭାବେ ହତ୍ୟା କରାଯାଇଥିବା ଶିଶୁଟିର ମାମୁଁ ଚାନ୍ଦବାଲି ଥାନାରେ ଅଭିଯୋଗ କରିଛନ୍ତି ।

ପୋଲିସ ମୃତଦେହ ଜବତ କରିବା ସହ ବାଲେଶ୍ୱର ସାଇଂଟିଫିକ ଟିମ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି । ତେବେ ରାଜେନ୍ଦ୍ର ବେହେରାଙ୍କ ଭାଇଙ୍କ ଝିଅଙ୍କ ବୟାନକୁ ଭିତ୍ତ କରି ଶିଶୁର ଜେଜେମାଙ୍କୁ ଅଟକ ରଖିଛି ପୋଲିସ । ରାଜେନ୍ଦ୍ର ବେହେରା ବାହାର ରାଜ୍ୟରେ କାମ କରୁଥିବା ବେଳେ ଏବେ ଓଡ଼ିଶା ଫେରିଥିବାରୁ ସଙ୍ଗରୋଧ କେନ୍ଦ୍ରରେ ଅଛନ୍ତି । ଏପରି ସମୟରେ ତାଙ୍କ ଶିଶୁ କନ୍ୟାର ମୃତ୍ୟୁ ଘଟିଛି । ଅପରପକ୍ଷରେ ରାଜେନ୍ଦ୍ର ବେହେରା ବାହାରେ ରହୁଥିବା ବେଳେ ଦୀର୍ଘ ସମୟ ଧରି ତାଙ୍କ ପତ୍ନୀଙ୍କୁ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଛି ।