ରଖେ ହରି ମାରେ କିଏ ? ଜୀବନମୃତ୍ୟୁର ଘଡିସନ୍ଧିରେ ବିତିଲା ୧୬ ଘଣ୍ଟା । ଛତିଶଗଡ଼ ରତନପୁର ଡ୍ୟାମର ପ୍ରଖର ସୁଅରେ ଫସି ରହିଲେ ଯୁବକ । ରାତିସାରା ସାହାରା ପାଲଟିଲା ଗଛ ଡାଳ । ପୁଲିସର ଉଦ୍ଧାର କାର୍ଯ୍ୟ ବିଫଳ ହେବା ପରେ ସକାଳୁ ଏମଆଇ-୧୭ ଚପ୍ପର ନେଇ ଆକାଶମାର୍ଗରୁ ଉଦ୍ଧାର କଲା ବାୟୁସେନା

483

କନକ ବ୍ୟୁରୋ : ଛତିଶଗଡରେ ଏକ ବିରଳ ଅପରେସନରେ ଜଣେ ମାଛ ଧରାଳୀଙ୍କୁ ଉଦ୍ଧାର କରିଛନ୍ତି ଭାରତୀୟ ବାୟୁସେନାର ଯବାନମାନେ । ପାଣି ବଢିଯିବା କାରଣରୁ ଫସିଯାଇଥିଲେ । ଶେଷରେ ଆକାଶ ମାର୍ଗରୁ ଆସି ଭଗବାନଙ୍କ ଦୂତ ଭଳି ତାଙ୍କୁ ଉଦ୍ଧାର କରିନେଇଥିଲେ ଯବାନ ।

ମୃତ୍ୟୁ ସହ ୧୬ ଘଂଟା ଧରି ସଂଘର୍ଷ କରୁଥିବା ଯୁବକଙ୍କୁ ବଂଚାଇଛନ୍ତି ବାୟୁସେନା ଯବାନ । ଡ୍ୟାମ ଭିତରେ ପ୍ରବଳ ସୁଅରେ ଫସିଯାଇଥିବା ଜଣେ ଯୁବକଙ୍କୁ ବାୟୁସେନା ଉଦ୍ଧାର କରିଛି । ଛତିଶଗଡ ବିଳାସପୁର ଜିଲ୍ଲା ରତନପୁରରେ ମାଛ ଧରିବାକୁ ଯାଇଥିବାବେଳେ ପ୍ରବଳ ବର୍ଷା ଯୋଗୁଁ ଡ୍ୟାମରେ ଜଳସ୍ତର ବଢ଼ିଯିବାରୁ ବ୍ୟକ୍ତି ଜଣଙ୍କ ଫଶି ଯାଇଥିଲେ । ଏହି ସମୟରେ ଦେବଦୂତ ସାଜି ପହଁଚିଯାଇଥିଲେ ବାୟୁସେନାର ଯବାନ ।

ଛତିଶଗଡ ବିଲାସପୁର ଜିଲ୍ଲାର ଖୁଟାଘାଟ ଡ୍ୟାମ । ଏହି ଡ୍ୟାମରେ ମାଛ ଧରିବାକୁ ଯାଇ ଫସି ଯାଇଥିଲେ ଜଣେ ମତ୍ସ୍ୟଜୀବୀ । ପ୍ରବଳ ବର୍ଷା ଯୋଗୁଁ ହଠାତ୍ ଜଳସ୍ତର ବଢ଼ିଗଲା ଓ ପାଣିର ସୁଅ ପ୍ରଖର ହେବାକୁ ଲାଗିଲା । କିଛି ବାଟ ନପାଇ ଜୀବନ ବିକଳରେ ଗୋଟିଏ ପଥର ଉପରେ ଯୁବକ ଜଣଙ୍କ ଏକ ଗଛର ଡାଳକୁ ଧରି ବସି ରହିଥିଲେ । ବିଲାସପୁର ରେଂଜ ଆଇଜି ପୋଲିସ ଦିପାଂଶୁ କାବ୍ରା ସେ ସମୟର ଏକ ଭିଡିଓ ପୋଷ୍ଟ କରିବା ସହିତ ପୂରା ଘଟଣା ସମ୍ପର୍କରେ ଟୁଇଟ କରିଥିଲେ । ଏବଂ ଭାରତୀୟ ବାୟୁସେନାକୁ ଯୁବକଙ୍କୁ ଉଦ୍ଧାର କରିବା ପାଇଁ ଅନୁରୋଧ କରାଯାଇଥିଲା ।

ଶେଷରେ ବାୟୁସେନାର ଏକ ଚପର ସେଠାରେ ପହଂଚି ଆରମ୍ଭ କରିଥିଲା ଉଦ୍ଧାର କାର୍ଯ୍ୟ । ପ୍ରଥମେ ଜଣେ ସ୍କାଏ ଡାଇଭର ନିଜ ଜୀବନକୁ ବାଜି ଲଗାଇ ଯୁବକ ଜଣଙ୍କ ଫଶି ରହିଥିବା ସ୍ଥାନରେ ପହଂଚିଯାଇଥିଲେ । କିନ୍ତୁ ଯୁବକଙ୍କୁ ଉଦ୍ଧାର କରିବାରେ ସଫଳ ହୋଇନଥିଲେ । ତା ପରେ ବାୟୁସେନା ଅଲଗା ଉପାୟ ଆପଣେଇଥିଲା ।