ଛତିଶଗଡର ଝିଅକୁ ଭୁବନେଶ୍ୱରରେ ଦୁଷ୍କର୍ମ : ୟୁପିର ଜଣେ ଯୁବକ ଚାକିରି କରାଇଦେବାକୁ କହି ହୋଟେଲରେ ଦୁଷ୍କର୍ମ  କରିଥିବା ଅଭିଯୋଗ ଆଣିଲେ ଯୁବତୀ

3,491
କନକ : ଛତିଶଗଡ଼ର ଯୁବତୀଙ୍କୁ ରାଜଧାନୀ ଭୁବନେଶ୍ୱରରେ ଦୁଷ୍କର୍ମ । ଅଭିଯୁକ୍ତ ଚାକିରି ଦେବା ନାଁରେ ହୋଟେଲରେ ଯୁବତୀଙ୍କୁ ଦୁଷ୍କର୍ମ କରି ଫେରାର ହୋଇଯାଇଥିଲେ । ଆଉ ଏନେଇ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିଥିଲେ ଯୁବତୀ ।  ଅଭିଯୁକ୍ତ ଜଣକ ହେଲେ ୟୁପିର ଜୟକୁମାର । ଭୁବନେଶ୍ୱର କଟକ ରୋଡ଼ ନିକଟସ୍ଥ ଏକ ହୋଟେଲରେ ଦୁଷ୍କର୍ମ କରିଥିବା ଅଭିଯୋଗ ଆଣିଥିଲେ ଯୁବତୀ । ପୀଡ଼ିତାଙ୍କ ଅଭିଯୋଗ ପରେ ଛାନଭିନ୍ ଆରମ୍ଭ କରିଥିଲା ଲକ୍ଷ୍ମୀସାଗର ପୋଲିସ୍ । ପୀଡ଼ିତା ଥାନାରେ ଅଭିଯୋଗ କରିବା ପରେ ଦୁଷ୍କର୍ମକାରୀକୁ ପୁଲିସ ଗିରଫ କରିଛି  ।
ସୂଚନାଯୋଗ୍ୟ ସତ୍ୟ ମାଇକ୍ରୋଟେକ୍ ସଂସ୍ଥାରେ ଚାକିରି ଦେବାକୁ କହି ଯୁବତୀଙ୍କୁ ଭୁବନେଶ୍ୱରରେ ଡାକିଥିଲା ଅଭିଯୁକ୍ତ । ନିଜକୁ ସତ୍ୟ ମାଇକ୍ରୋଟେକ୍ କମ୍ପାନୀର ମାଲିକ ବୋଲି ପରିଚୟ ଦେଇଥିଲା ଅଭିଯୁକ୍ତ ଜୟକୁମାର । ଯୁବତୀଙ୍କୁ ବିଶ୍ୱାସ ଜନ୍ମାଇବା ପାଇଁ ଇଣ୍ଟରଭିୟୁ ନେବା ଆଳରେ ଭୁବନେଶ୍ୱରର ଏକ ହୋଟେଲକୁ ଡକାଇ ଯୁବତୀଙ୍କୁ ଦୁଷ୍କର୍ମ କରଥିଲା ।  ଗତକାଲି ରାତିରେ ତାଙ୍କ ସହ ଦୁଷ୍କର୍ମ କରିଥିଲା । ପୀଡ଼ିତାଙ୍କ ଏତଲାକୁ ଆଧାର କରି ଲକ୍ଷ୍ମୀସାଗର ପୋଲିସ ତଦନ୍ତ ଅଭିଯୁକ୍ତ ଜୟ କୁମାରଙ୍କୁ ଗିରଫ କରିଛି । ଉଭୟଙ୍କ ଡାକ୍ତରୀମାଇନା କରାଯାଇ ଅଭିଯୁକ୍ତକୁ କୋର୍ଟଚାଲାଣ କରାଯିବ ବୋଲି ପୁଲିସ ସୂତ୍ରରୁ ପ୍ରକାଶ ।