ମୋଦିଙ୍କ ଗସ୍ତ ପୂର୍ବରୁ ଛତିଶଗଡରେ ଫୁଟିଲା ବୋମା ! ୩ ମାସ ପୂର୍ବରୁ ଖାଲି କରାଯାଇଥିବା ସିଆରପିଏଫ କ୍ୟାମ୍ପରେ ମାଓବାଦୀ ଲଗାଇଲେ ଲ୍ୟାଣ୍ଡମାଇନ

81

କନକ ବ୍ୟୁରୋ : ଧମକ ଦେଇଥିଲେ ବୋମା ଫୁଟାଇଲେ । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଛତିଶଗଡରେ ଲ୍ୟାଣ୍ଡ ମାଇନ ବିସ୍ପୋରଣ କରିଛନ୍ତି ମାଓବାଦୀ । ସିରିଏଲ ବୋମା ବିସ୍ଫୋରଣରେ ସିଆରପିଏଫ କ୍ୟାମ୍ପକୁ ଉଡାଇଦେଇଛନ୍ତି । ବୋରଗୁଡା ସିଆରପିଏଫ କ୍ୟାମ୍ପର ୩ଟି ବାରାକ ଉଡାଇଦେଇଛି ଲାଲବାହିନୀ । ହେଲେ ପ୍ରାୟ ୩ ମାସ ପୂର୍ବରୁ ଏହି କ୍ୟାମ୍ପକୁ ଖାଲି କରି ଦିଆଯାଇଥିବାରୁ କୌଣସି ଧନଜୀବନ ହାନି ହୋଇନାହିଁ ।

ସେପଟେ ଆଜି ମାଲକାନଗିରି ସୀମାନ୍ତ ଛତିଶଗଡ ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଜଗଦଲପୁରରେ ଏକ ସ୍ୱତନ୍ତ୍ର ବିମାନରେ ମୋଦି ଅବତରଣ କରିଛନ୍ତି । ତେବେ ବିଜାପୁର ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନକ୍ସଲ ପ୍ରଭାବିତ ଅଂଚଳ ହୋଇଥିବାରୁ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି । ସେପଟେ ମୋଦିଙ୍କ ଗସ୍ତ ପୂର୍ବରୁ ପୋଷ୍ଟର ଓ ବ୍ୟାନର ଲଗାଇଛନ୍ତି ମାଓବାଦୀ । ପ୍ରଧାନମନ୍ତ୍ରୀଙ୍କ ସଭାକୁ ନଯିବା ଲାଗି ପୋଷ୍ଟର ଓ ବ୍ୟାନର ଲଗାଇ ଆହ୍ୱାନ ଦେଇଛନ୍ତି । ଗାଁଗାଁରେ ସଭା କରି ଗ୍ରାମବାସୀଙ୍କୁ ଧମକ ଚମକ ଦେଇଛି ମାଓ ସଂଗଠନ । ଯାହା ପୋଲିସ ପ୍ରଶାସନର ଚିନ୍ତା ବଢାଇ ଦେଇଛି ।

ସମ୍ବିଧାନର ପ୍ରଣୀତା ବାବା ସାହେବ ଆମ୍ବେଦକରଙ୍କ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ବିଜାପୁରର ଜାଙ୍ଗଲା ଗାଁରେ ଆୟୁଷମାନ ଭାରତ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ । ଏଠାରେ ଏକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଉଦଘାଟନ କରିବା କାର୍ଯ୍ୟକ୍ରମ ରହିଛି । ମୋଦିଙ୍କ ଗସ୍ତ ଲାଗି ଏସପିଜି, ଏନଏସଜି କମାଣ୍ଡୋ ମୁତୟନ ହୋଇଛନ୍ତି । ସିଆରପିଏଫ, ସିଆଇଏସଫ ଓ ଛତିଶଗଡ ପୋଲିସର ପ୍ରାୟ ୧୬ ହଜାର ସୁରକ୍ଷା କର୍ମୀଙ୍କୁ ମୁତୟନ କରାଯାଇଛି । ଏଥିସହ ଆକାଶମାର୍ଗରୁ ଡ୍ରୋନ, ୟୁଏଭି ଓ ହେଲିକପ୍ଟର ଯୋଗେ ମାଓ ଗତିବିଧି ଉପରେ ନଜର ରଖାଯାଇଛିା ୫୦ଟି ଡଗ ସ୍କ୍ୱାର୍ଡ ମଧ୍ୟ ଲ୍ୟାଣ୍ଡମାଇନ ଠାବ କରିବା ଲାଗି ନିୟୋଜିତ ହୋଇଛନ୍ତି । ଏପରିକି ସଭାସ୍ଥଳରୁ ୧୫ କିଲୋମିଟର ପର୍ଯ୍ୟନ୍ତ ପୋଲିସ ଛାଉଣୀ କରାଯାଇଛି । ଛତିଶଗଡ ବିଜାପୁର ଜାଙ୍ଗଲା ଗାଁରୁ ଆରମ୍ଭ ହେବ ଆୟୁଷ୍ମାନ ଭାରତ ଯୋଜନା । ତେବେ ଆସନ୍ତୁ ନଜର ପକାଇବା ଭାରତ ସରକାରଙ୍କର କଣ ଏହି ଆୟୁଷ୍ମାନ ଯୋଜନା ।