ବାୟୁସେନାର ଚେତକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ : ଆହ୍ଲାବାଦରେ ତାଲିମ ସମୟରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଅଘଟଣ

29

କନକ ବ୍ୟୁରୋ : ବାୟୁସେନାର ଚେତକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ତେବେ ହେଲିକପ୍ଟରରେ ଥିବା ଦୁଇ ଜଣ ପାଇଲଟ ସୁରକ୍ଷିତ ଅଛନ୍ତି । ଉରପ୍ରଦେଶ ଆହ୍ଲାବାଦରେ ନିତିଦିନିଆ ତାଲିମ ସମୟରେ ଏହି ଦୁର୍ଘଟଣା ଘଟିଛି । ବମରୋଲି ଏୟାରବେସରୁ ହେଲିକପ୍ଟର ଉଡାଣ ଆରମ୍ଭ କରିଥିଲା ।

ଯାନ୍ତ୍ରୀକ ତ୍ରୁଟି ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ତେବେ ପାଇଲଟ ଜଣକ ହେଲିକପ୍ଟରକୁ ଲ୍ୟାଣ୍ଡ କରିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇନଥିଲେ ଓ ଏହି ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ।

ଗତକିଛି ଦିନ ହେଲା ଲଗାତର ଭାବେ ବାୟୁସେନାର ବିମାନ ଦୁର୍ଘଟଣାଗ୍ରସ୍ତ ହେଉଥିବା ଖବର ମିଳୁଛି । ରାଜସ୍ଥାନ ବାଡମେରରେ କିଛି ମାସ ପୂର୍ବରୁ ବାୟୁସେନାର ମିଗ-ଟ୍ୱେଂଟି ୱାନ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଉତରାଖଣ୍ଡର ଚମୋଲି ଜିଲ୍ଲାରେ ମଧ୍ୟ ବାୟୁସେନାର ଏମ୍ଆଇ-ସେଭେନଟିନ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।