କନକ ବ୍ୟୁରୋ : ପାରିବାରିକ ଅଶାନ୍ତିକୁ ନେଇ ହତ୍ୟାକାଣ୍ଡ । ସ୍ତ୍ରୀ ଆତ୍ମହତ୍ୟାର ଧମକ ଦେବାରୁ ଅଭିଯୁକ୍ତ ସ୍ବାମୀ ରାଗରେ ସ୍ତ୍ରୀ ଦେହରେ କିରୋସିନ ଢ଼ାଳି ନିଆଁ ଲଗାଇଦେବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଚେନ୍ନାଇରେ ଘଟିଛି ଏପରି ଅଭାବନୀୟ ଘଟଣା । ପୀଡ଼ିତାଙ୍କ ଶରୀର ୬୫ପ୍ରତିଶତ ପୋଡ଼ି ଯାଇଥିବା ଜଣା ପଡ଼ିଛି । ଏବେ ତାଙ୍କୁ ଗୁରୁତର ଅବସ୍ଥାରେ କିଲପୌକ୍ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି । ପୀଡ଼ିତାଙ୍କ ନାଁ ପଞ୍ଚାଭରମ୍ ବୋଲି ଜଣା ପଡ଼ିଥିବା ବେଳେ ଅଭିଯୁକ୍ତ ସ୍ବାମୀର ନାଁ ରାଜନ ବୋଲି ଜଣା ପଡ଼ିଛି ।
ପାରିବାରିକ କଳହର କରୁଣ ପରିଣତି : ଆତ୍ମହତ୍ୟାର ଧମକ ଦେବାରୁ ସ୍ତ୍ରୀ ଉପରେ କିରୋସିନ ଢ଼ାଳି ନିଆଁ ଲଗାଇ ଦେଲା ସ୍ବାମୀ
/kanak/media/post_attachments/wp-content/uploads/2019/11/qq-12-750x430.jpg)