ଆରମ୍ଭ ହେଲା ରଥଟଣା : ଭାଇଭଉଣୀଙ୍କୁ ସାଙ୍ଗରେ ଘେନି ଶ୍ରୀମନ୍ଦିର ଫେରୁଛନ୍ତି ମହାବାହୁ

158

କନକ ବ୍ୟୁରୋ : ଛେରାପହଁରା ନୀତି ଶେଷ ହେଲା । ସଅଳ ସଅଳ ନୀତି ସରିବାରୁ ନିର୍ଦ୍ଧାରିତ ସମୟରୁ ଆରମ୍ଭ ହେଲା ରଥଟଣା । ପ୍ରଥମେ ବଳଭଦ୍ରଙ୍କ ରଥଟଣା ଆରମ୍ଭ ହୋଇଛି । ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ନେଇ ଗୁଣ୍ଡିଚା ମନ୍ଦିରରୁ ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ୁଛନ୍ତି ମହାବାହୁ ।

ରଥରେ ମହାପ୍ରଭୁଙ୍କୁ ଦେଖିବା ପାଇଁ ପୁରୀରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି । ଭିଡ଼କୁ ଆଖିରେ ରଖି ପୁଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଏହାସହ ପୁଲିସ ଟ୍ରାଫିକ କଟକଣାକୁ କଡ଼ାକଡ଼ି କରିଛି । ଶ୍ରୀମନ୍ଦିର ଚକଡ଼ାରେ ତିନି ରଥ ଲାଗିବା ପରେ ଶନିବାର ରଥ ଉପରେ ମହାବାହୁଙ୍କ ସୁନାବେଶ ଓ ଅଧରପଣା ନୀତି ସଂପନ୍ନ ହେବ ଏବଂ ଆସନ୍ତା ୧୫ ତାରିଖରେ ନୀଳାଦ୍ରିବିଜେ ଦିନ ମହାବାହୁ ନୀଳକନ୍ଦରକୁ ବିଜେ କରିବେ ।

୪ଟାରେ ରଥଟଣା ପାଇଁ ନୀତି ନିର୍ଘଣ୍ଟ ନିର୍ଦ୍ଧାରଣ ହୋଇଥିଲେ ହେଁ ପୂର୍ବରୁ ଆରମ୍ଭ ହୋଇଯାଇଛି । ଆସନ୍ତାକାଲି ସିଂହଦ୍ବାର ଚକଡ଼ାରେ ତିନି ରଥ ଲାଗିବା ପରେ ୧୩ ତାରିଖ ଦିନ ଦ୍ବାଦଶୀ ତିଥିରେ ରଥ ଉପରେ ମହାପ୍ରଭୁଙ୍କ ବଡ଼ ଚଢ଼ାଉ ବେଶ ବା ସୁନାବେଶ ଅନୁଷ୍ଠିତ ହେବ । ସୁନାବେଶ ପରଦିନ ଅର୍ଥାତ ୧୪ ତାରିଖରେ ଅଧରପଣା ନୀତି ସଂପନ୍ନ ହେବ ।