ସଫଳତାର ସହ ଆଗକୁ ବଢ଼ୁଛି ଚନ୍ଦ୍ରଯାନ-୨ : ଚନ୍ଦ୍ରର ପଂଚମ ତଥା ଚୂଡ଼ାନ୍ତ କକ୍ଷପଥରେ ପ୍ରବେଶ କଲା ଇସ୍ରୋର ମହାକାଶ ଯାନ

214

କନକ ବ୍ୟୁରୋ : ସଫଳତାର ଗୋଟିଏ ପରେ ଗୋଟିଏ ସିଡ଼ି ଚଢିଚାଲିଛି ଚନ୍ଦ୍ରଯାନ-୨ । ଇସ୍ରୋ ଯେପରି ଆକଳନ କରିଥିଲା, ଠିକ୍ ସେହିଭଳି ଗତି କରୁଛି ଭାରତୀୟ ମହାକାଶଯାନ । ରବିବାର ଚନ୍ଦ୍ରର ପଂଚମ ତଥା ଶେଷ କକ୍ଷପଥକୁ ପ୍ରବେଶ କରିଛି ଚନ୍ଦ୍ରଯାନ-୨ । ଆଜିି ଏହି ମିସନର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଦିନ । ୪୨ ଦିନର ଯାତ୍ରା ପରେ ଦିନ ୧୨ଟା ୪୫ରୁ ଗୋଟାଏ ୪୫ ମଧ୍ୟରେ ଅର୍ବିଟର ଠାରୁ ଅଲଗା ହୋଇଯିବ ଲାଣ୍ଡର । ଏହାପରେ ଆରମ୍ଭ ହୋଇଯିବ ଲାଣ୍ଡର ବିକ୍ରମର ଅବତରଣର କାଉଂଟ ଡାଉନ । ଯଦି ସବୁକିଛି ଠିକ୍ ଭାବେ ଚାଲେ, ୭ ତାରିଖ ରାତି ପ୍ରାୟ ଗୋଟାଏ ୫୫ ମିନିଟରେ ଚନ୍ଦ୍ରପୃଷ୍ଠରେ ଧୀର ଅବତରଣ କରିବ ଲାଣ୍ଡର ।

ଇସ୍ରୋ ଯେପରି ଆକଳନ କରିଥିଲା, ଠିକ୍ ସେହିଭଳି ଗତି କରୁଛି ଭାରତର ମହାକାଶଯାନ । ରବିବାର ସନ୍ଧ୍ୟା ୬ଟା ୨୧ ମିନିଟରେ ଚନ୍ଦ୍ରର ପଂଚମ ତଥା ଶେଷ କକ୍ଷପଥକୁ ପ୍ରବେଶ କରିଛି ଚନ୍ଦ୍ରଯାନ-୨ । ଅନ୍ତରୀକ୍ଷ ଯାନର ଲିକ୍ୟୁଡ୍ ଆପୋଜି ମୋଟର, ୫୨ ସେକେଣ୍ଡ ଜଳିବା ପରେ ଏହି ଅଭିଯାନ ସଫଳ ହୋଇଛି । ଚନ୍ଦ୍ରପୃଷ୍ଠର ଆହୁରି ନିକଟତର ହୋଇଛି ଚନ୍ଦ୍ରଯାନ ।

ଇସ୍ରୋର ବହୁ ପ୍ରତୀକ୍ଷିତ ଚନ୍ଦ୍ର ମିସନର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଦିନ । ୪୨ ଦିନର ଯାତ୍ରା ପରେ ସୋମବାର ଦିନ ୧୨ଟା ୪୫ରୁ ଗୋଟାଏ ୪୫ ମଧ୍ୟରେ ଅର୍ବିଟର ଠାରୁ ଅଲଗା ହୋଇଯିବ ଲାଣ୍ଡର । ଏହାପରେ ଆରମ୍ଭ ହୋଇଯିବ ଲାଣ୍ଡର ବିକ୍ରମର ଅବତରଣର ଅବଗଣନା । ୪ ଦିନ ଧରି ଗୋଲାକାର ପଥରେ ଚନ୍ଦ୍ର ଚାରିପଟେ ମାତ୍ର ୧୦୦ କିଲୋମିଟର ଦୂରତାରେ ଘୁରି ବୁଲିବ ଲାଣ୍ଡର । ଧୀରେ ଧୀରେ ଲାଣ୍ଡରର ଗତି ନିୟନ୍ତ୍ରିତ ହେବ । ଯଦି ସବୁକିଛି ଠିକ୍ ଭାବେ ଚାଲେ, ୭ ତାରିଖ ରାତି ପ୍ରାୟ ଗୋଟାଏ ୫୫ ମିନିଟରେ ଚନ୍ଦ୍ରପୃଷ୍ଠରେ ଧୀର ଅବତରଣ କରିବ ଲାଣ୍ଡର । ତେବେ ଅବତରଣ କରିବାର ଶେଷ ୧୫ ମିନିଟକୁ ଟେରିଫାଇଙ୍ଗ୍ ମୋମେଂଟ କୁହାଯାଉଛି, ଯାହାକି ଏହି ମିସନ୍ର ସବୁଠୁ ଅଧିକ ଜଟିଳ ପ୍ରକ୍ରିୟା । ସବୁକିଛି ଯୋଜନା ମୁତାବକ ଚାଲିଲେ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବ ଲାଣ୍ଡର । ଏହାପରେ ଲାଣ୍ଡର ବିକ୍ରମରୁ ଅଲଗା ହୋଇଯିବ ରୋଭର ‘ପ୍ରଜ୍ଞାନ୍’ । ଚନ୍ଦ୍ରର ଦକ୍ଷିଣ ମେରୁରେ ୧୪ ଦିନ ଧରି ଅନୁଧ୍ୟାନ କରିବ ରୋଭର । ଫଟୋ ଓ ତଥ୍ୟ ଲାଣ୍ଡରକୁ ପଠାଇବ । ଲାଣ୍ଡରରୁ ଅର୍ବିଟର ଓ ଅର୍ବିଟରରୁ ଇସ୍ରୋକୁ ମିଳିବ ତଥ୍ୟ । ଏହି ଐତିହାସିକ ମୁହୁର୍ତକୁ ଅପେକ୍ଷା କରିଛି ସାରା ଦେଶ । କେବଳ ଭାରତ ନୁହେଁ ଇସ୍ରୋର ଏହି ଅଭିଯାନର ସଫଳତାକୁ ସାରା ବିଶ୍ୱ ଅନେଇ ବସିଛି ।