ପାକର ଷଡ଼ଯନ୍ତ୍ର ବିଫଳ : ଡ୍ରୋନ୍ ସହ ଅସ୍ତ୍ରଶସ୍ତ୍ର ରାକେଟର ପର୍ଦ୍ଦାଫାସ, ସେନାର ଜଣେ ଯବାନ ସମେତ ୩ ଜଣ ଗିରଫ

Advertisment
ପାକର ଷଡ଼ଯନ୍ତ୍ର ବିଫଳ : ଡ୍ରୋନ୍ ସହ ଅସ୍ତ୍ରଶସ୍ତ୍ର ରାକେଟର ପର୍ଦ୍ଦାଫାସ, ସେନାର ଜଣେ ଯବାନ ସମେତ ୩ ଜଣ ଗିରଫ

କନକ ବ୍ୟୁରୋ : ପଦାରେ ପଡ଼ିଲା ପାକିସ୍ତାନର ନୂଆ ଷଡ଼ଯନ୍ତ୍ର ।  ପଞ୍ଜାବ ପୋଲିସ ପାକିସ୍ତାନର ଏକ ବଡ଼ ଷଡ଼ଯନ୍ତ୍ରକୁ ବିଫଳ କରିବା ସହ ତିନି ଜଣଙ୍କୁ ଗିରଫ କରିଛି । ଡ୍ରୋନ ଜରିଆରେ ଅମୃତସର, ହରିୟାଣା, କରନାଲରେ ନିଶାଦ୍ରବ୍ୟ ଓ ଅସ୍ତ୍ରଶସ୍ତ୍ର ପଠାଇବାକୁ ଚେଷ୍ଟା କରୁଥିବା ପାକିସ୍ତାନ ।  ଅନେକ ଦିନର ଚେଷ୍ଟା ପରେ ଏହି ରାକେଟର ପର୍ଦ୍ଦାଫାଶ କରିଛି ପୋଲିସ୍ ।


ପୋଲିସ ସୂଚନା ଅନୁସାରେ ଧରାପଡ଼ିଥିବା ଲୋକଙ୍କ ନିକଟରୁ ଚୀନ ନିର୍ମିତ ଡ୍ରୋନ, ୧୨ଟି ଡ୍ରୋନ ବ୍ୟାଟେରୀ, ବିଦେଶ ନିର୍ମିତ ଡ୍ରୋନର କଣ୍ଟେନର, ଇନସାସ ରାଇଫଲର କାରତୁସ, ୨ଟି ୱକିଟକି ସେଟ ଏବଂ ବ୍ୟାପକ ମାତ୍ରାରେ ଡ୍ରଗ୍ସ ସମେତ ନଗଦ ୨୨ ହଜାର ଟଙ୍କା ଜବତ ହୋଇଛି ।

ଜବତ ହୋଇଥିବା ଦୁଇ ଡ୍ରୋନ୍ ମଧ୍ୟରୁ ଗୋଟିଏ ଅମୃତସରରର ଏକ ଗାଁରୁ ଓ  ଅନ୍ୟଟି ହରିୟାଣାର କରନେଲରୁ ଠାବ କରାଯାଇଛି । ଗିରଫ ହୋଇଥିବା ୩ ଜଣଙ୍କ ମଧ୍ୟରେ ଜଣେ ଯବାନ ମଧ୍ୟ ସାମିଲ ଥିବା ଜଣାପଡ଼ିଛି । ଏହି ରାକେଟର ପର୍ଦ୍ଦଫାଶ ପରେ ସ୍ପଷ୍ଟ ହୋଇଛି, ଡ୍ରୋନ ଜରିଆରେ ସୀମା ଅତିକ୍ରମ କରି ଡ୍ରଗ୍ସ ଓ ଅସ୍ତ୍ରଶସ୍ତ୍ର ପଠାଯାଉଛି । ଡିଜିପି ସାମ୍ବାଦିକ ସମ୍ମିଳନୀରେ ଜବତ କରାଯାଇଥିବା ଫଟୋ ମଧ୍ୟ ଦେଖାଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe